ଉତ୍ତରପ୍ରଦେଶ: ଘରେ ଶୋଇଥିବା ସମୟରେ ବଳାତ୍କାରର ଶିକାର ହୋଇଛନ୍ତି ଜଣେ ଅସୁସ୍ଥ ମହିଳା। ଏହିଭଳି ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ। ମହିଳାଙ୍କ ପୁଅ ଖାଇବା ଆଣିବାକୁ ବାହାରକୁ ଯାଇଥିଲେ। ତେଣୁ ମହିଳା ଜଣଙ୍କ ଘରେ ଏକା ଥିଲେ। ଠିକ୍ ଏହି ସମୟରେ ପଡୋଶୀ ତାଙ୍କ ଘରକୁ ପଶିଯାଇଥିଲେ। ଆଉ ଯେତେବେଳେ ଉକ୍ତ ମହିଳାଙ୍କ ପୁଅ ଘରକୁ ପହଁଚିଲେ ଅଭିଯୁକ୍ତ ଜଣଙ୍କ ଘର ଛାତ ଉପର ଦେଇ ପଳାଇଥିଲା। ପୋଲିସ ପଡୋଶୀ ଅଭିଯୁକ୍ତକୁ ବହୁତ ଶୀଘ୍ର ଧରିବା ପାଇଁ ପ୍ରୟାସ କରୁଛି।
ସୂଚନା ଅନୁସାରେ, ଦେଓରିଆର ଏକ ଗାଁରୁ ଜଣେ ୪୫ ବର୍ଷୀୟା ମହିଳାଙ୍କ ସହିତ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ମହିଳା ଘର ଏକା ଥିଲେ ଏବଂ ଅସୁସ୍ଥ ଥିଲେ। ତାଙ୍କ ପୁଅ ଗ୍ରାମର ଆଉ ଜଣେ ମହିଳାଙ୍କ ଘରକୁ ଖାଇବା ଆଣିବାକୁ ଯାଇଥିଲେ। ଏହି ସମୟର ଫାଇଦା ଉଠାଇ ଗ୍ରାମର ଯୁବକ ଜଣକ ମହିଳାଙ୍କ ଘରକୁ ପଶି ତାଙ୍କ ସହିତ ବଳାତ୍କାର କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ଜଣେ ପଡୋଶୀ ଜଣଙ୍କ ନିଜ ମୋବାଇଲରେ କିଛି ରେର୍କଡିଂ କରିଥିଲେ ଏବଂ ଘରକୁ ବାହରୁ ବନ୍ଦ କରିଦେଇଥିଲେ, ଆଉ ଏହାପରେ ମହିଳାଙ୍କ ପୁଅକୁ ଫୋନ କରିଥିଲେ। ଆଉ ଯେତେବେଳେ ପୁଅ ଘରକୁ ଆସିଥିଲା ଅଭିଯୁକ୍ତ ଜଣଙ୍କ ଘରର ଛାତ ଦେଇ ସେଠାରୁ ପଳାଇଥିଲା। ଯାହା ପରେ ପୀଡିତ ମହିଳାଙ୍କ ପୁଅ ସାଲେମପୁର ଥାନାରେ ଏ ବିଷୟରେ ଅଭିଯୋଗ କରିଥିଲେ। ସୂଚନା ମିଳିବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, ଏସପି ବିକ୍ରାନ୍ତ ବୀର ନିଜେ ଘଟଣାସ୍ଥଳରେ ପହଁଚି ଯାଞ୍ଚ କଲେ। ଅନ୍ୟପକ୍ଷରେ, ଅଭିଯୁକ୍ତଙ୍କ ପରିବାର ସଦସ୍ୟ ଏବଂ ଅଭିଯୁକ୍ତମାନେ କବାଟ ବନ୍ଦ କରି ସେଠାରୁ ପଳାଇ ଯାଇଥିଲେ।
ତେବେ ଏସମ୍ପର୍କରେ ପୋଲିସ ସୂଚନା ଦେଇ କହିଛନ୍ତି ଯେ ଯଦି କୌଣସି ଜନସାଧାରଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କୌଣସି ସୂଚନା ଦିଅନ୍ତି, ତେବେ ତାଙ୍କୁ ଉପଯୁକ୍ତ ପୁରସ୍କାର ଦିଆଯିବ।
ଅଧିକ ପଢନ୍ତୁ: ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ଉଚ୍ଛେଦ କରିବାକୁ ଦାବି କଲା ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ