ଚେନ୍ନାଇ: ରାଜ୍ୟପାଳଙ୍କ ସହ ଟଣାଓଟରା ମଧ୍ୟରେ ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟକୁ ସ୍ୱାୟତ୍ତ କରିବା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଦେଶକୁ ସ୍ୱାଧୀନତା ମିଳିବାର ୭୫ ବର୍ଷ ପୂରି ସାରିଛି । ଆମ ଦେଶରେ ଅଲଗା ଅଲଗା ଭାଷା, ଜାତି ଓ ସଂସ୍କୃତିର ଲୋକ ବସବାସ କରୁଛନ୍ତି । ଆମେ ସବୁ ଏକାଠି ମିଶି ରହୁଛନ୍ତି । ଡ. ଆମ୍ବେଦକର ଦେଶର ରାଜନୀତି ଓ ପ୍ରଶାସନ ପ୍ରଣାଳୀକୁ ଏହି ପରି ତିଆରି କରିଛନ୍ତି ଯେଉଁଥିରେ ଦେଶର ସଭିଙ୍କ ହିତର ରକ୍ଷା ହୋଇ ପାରିବ ।
ଷ୍ଟାଲିନ କହିଛନ୍ତି, ଗୋଟିଏ ଗୋଟିଏ କରି ରାଜ୍ୟର ଅଧିକାରକୁ ଛଡାଇ ନିଆଯାଉଛି । ରାଜ୍ୟର ଲୋକେ ନିଜର ମୌଳିକ ଅଧିକାର ପାଇଁ କେନ୍ଦ୍ର ସହ ଲଢେଇ କରୁଛନ୍ତି । ଆମେ କୌଣସି ପ୍ରକାର ନିଜ ଭାଷାର ଅଧିକାରକୁ ରକ୍ଷା କରି ପାରିଛୁ । ରାଜ୍ୟର ତେବେ ସଂପୂର୍ଣ୍ଣ ବିକାଶ ହୋଇ ପାରିବ ଯେବେ ରାଜ୍ୟ ପାଖରେ ସବୁ ଶକ୍ତି ଥିବ ।
ଏମକେ ଷ୍ଟାଲିନ ରାଜ୍ୟକୁ ସ୍ୱାୟତ୍ତ କରିବାର ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କରିବା ସହ ଏକ କମିଟି ଗଠନ କରିଛନ୍ତି । କମିଟିର ଅଧ୍ୟକ୍ଷତା କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କୁରିୟନ ଯୋଶେଫ । ଏହା ବାଦ ସଦସ୍ୟ ଭାବେ ପୂର୍ବତନ ଆଇଏଏସ ଅଧିକାରୀ ଅଶୋକ ବରଦାନ ଓ ନାଗରଜନଙ୍କୁ କମିଟିରେ ସାମିଲ କରାଯାଇଛି । ୨୦୨୬ ଜାନୁଆରୀ ପର୍ଯ୍ୟନ୍ତ କମିଟିକୁ ଏହା ଉପରେ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିବାକୁ ସମୟ ଦିଆଯାଇଛି । ଏହା ସହିତ ଅନ୍ତିମ ରିପୋର୍ଟ ୨୦୨୮ ସୁଦ୍ଧା ଦେବାକୁ କମିଟିକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।