ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି (TMC) ମୁଖ୍ୟ ମମତା ବାନାର୍ଜୀ ଓକିଲ ବେଶରେ କଲିକତା ହାଇକୋର୍ଟରେ ପହଞ୍ଚିଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସା ସହ ଜଡ଼ିତ ଏକ ଜନସ୍ୱାର୍ଥ ମାମଲା (PIL) ର ଶୁଣାଣି ପାଇଁ ସେ ଅଦାଲତରେ ହାଜର ହୋଇଥିଲେ। ବିଶେଷ କଥା ହେଉଛି, ଏହି ଆବେଦନ ନିଜେ ଟିଏମସି ନେତା ତଥା ବରିଷ୍ଠ ଆଇନଜୀବୀ କଲ୍ୟାଣ ବାନାର୍ଜୀଙ୍କ ପୁଅ ଶିର୍ଷାନ୍ୟ ବାନାର୍ଜୀ ଦାୟର କରିଛନ୍ତି।
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଓକିଲ ପୋଷାକ ପିନ୍ଧି କଲିକତା ହାଇକୋର୍ଟରେ ପହଞ୍ଚିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କିତ ଏହି ମାମଲାର ଶୁଣାଣି ହାଇକୋର୍ଟର ମୁଖ୍ୟ ବିଚାରପତି ସୁଜୟ ପାଲ୍ କରୁଛନ୍ତି। ଏହି ଆବେଦନକାରୀ ଶିର୍ଷାନ୍ୟ ବାନାର୍ଜୀ ଉତ୍ତରପଡ଼ାରୁ ଟିଏମସି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ। ଏହି ମାମଲା ସମ୍ପର୍କରେ ଆଲୋଚନା ପାଇଁ ମମତା କୋର୍ଟରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ ଯେ, ମମତା ବାନାର୍ଜୀ ନିଜେ ମଧ୍ୟ ଜଣେ ଆଇନଜୀବୀ।
ଏହା ସହିତ, ମମତା ଭବାନୀପୁର ନିର୍ବାଚନ ସମ୍ପର୍କରେ କୌଣସି ନିର୍ବାଚନୀ ଆବେଦନ (Election Petition) ଦାୟର କରିବେ କି ନାହିଁ, ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରକାଶ ଥାଉ କି, ୨୦୨୧ ମସିହାରେ ନନ୍ଦୀଗ୍ରାମରେ ନିଜର ପରାଜୟ ପରେ ମମତା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ନିର୍ବାଚନୀ ଆବେଦନ ଦାୟର କରିଥିଲେ।