ଖବର ଓଡିଶା : 31/01/2023
ବିଶାଖାପାଟଣା ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ଘୋଷିତ | ଘୋଷଣା କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ | ଦିଲ୍ଲୀରେ ଆୟୋଜିତ ଆନ୍ତର୍ଜାତୀୟ କୂଟନୈତିକ ଆଲାଇନ୍ସ ବୈଠକରେ ବିଶାଖାପାଟଣାକୁ ଆନ୍ଧ୍ରର ରାଜଧାନୀ ଘୋଷଣା କରି ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ କହିଛନ୍ତି ଯେ, 'ମୁଁ ଆପଣଙ୍କୁ ବିଶାଖାପାଟଣାକୁ ନିମନ୍ତ୍ରଣ କରିବାକୁ ଯାଉଛି ଯାହା ଆଗାମୀ ଦିନରେ ଆମ ରାଜ୍ୟ ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ | ଆଗାମୀ ମାସରେ ମୁଁ ବିଶାଖାପାଟଣାକୁ ସ୍ଥାନାନ୍ତର କରିବି |' ତା ସହ ଆନ୍ଧ୍ରପ୍ରଦେଶରେ ବ୍ୟବସାୟ କରିବା କେତେ ସହଜ ତାହା ନିଜେ ପରଖିବା ପାଇଁ ମୁଁ ନିଜେ ଆପଣଙ୍କୁ ଏବଂ ଆପଣଙ୍କ ସହକର୍ମୀମାନଙ୍କୁ ନିମନ୍ତ୍ରଣ କରୁଛି ବୋଲି ସିଏମ୍ ରେଡ୍ଡୀ କହିଛନ୍ତି।