କର୍ଣ୍ଣାଟକ ବିଜେପି ପ୍ରଭାରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Union-Minister-DharmendraPradhan-appointed-as-the-BJPs-In-charge-and-Tamil-Nadu-BJP-president-K-Annamalai-appointed-as-the-Co-Incharge-for-the-upcoming
ଖବର ଓଡିଶା : 04/02/2023:

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ ଦାୟିତ୍ୱ । ଆଗାମୀ କର୍ଣ୍ଣାଟକରେ ହେବାକୁ ଥିବା ନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ମିଳିଛି ନିଯୁକ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା , ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ନେଇଥିଲେ ଧର୍ମେନ୍ଦ୍ର। ନିର୍ବାଚନ ଦାୟିତ୍ୱ ନେଇ ବିଜେପିକୁ ବଡ ସଫଳତା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଗତ ନିର୍ବାଚନ ପରେ କର୍ଣ୍ଣାଟକରେ ଦେଖା ଦେଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କ୍ରାଇସେସ ମ୍ୟାନେଜର ଭାବେ ରାଜନୈତିକ ଗୋଟି ଚଳାଇ ସଫଳ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।  

Subscribe

National International State Sports Entertainment