ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୌସୁମୀ ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ହେବାକୁ ସମ୍ଭାବିତ ବର୍ଷା ଓ ବନ୍ୟାରୁ ଆଶ୍ବସ୍ତି ପାଇଁ ରବିବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଗୃହମନ୍ତ୍ରାଳୟ ସମେତ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ।
ପ୍ରତିବର୍ଷ ମୌସୁମୀ ବର୍ଷାରେ ଭାରତୀୟ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଥାଏ। ବିଶେଷ ଭାବରେ ବିହାର, ଆସାମ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଥାଏ। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଅନ୍ୟ କିଛି ରାଜ୍ୟରେ ମଧ୍ୟ ମୌସୁମୀ ବର୍ଷା ସମୟରେ ଭୂସ୍ଖଳନ ଓ ବର୍ଷା ସଂପର୍କିତ ଅନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।
ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଦେଶରେ ବନ୍ୟା ପରିଚାଳନା ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯିବ। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନ ପ୍ରାଧିକରଣ (ଏଏସ୍ଡିଏମ୍ଏ)ର ବୁଲେଟିନ୍ରେ ଶନିବାର କହିଛି ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ବନ୍ୟା, ଭୁସ୍ଖଳନ ଓ କାଳବୈଶାଖୀରେ ମୃତକଙ୍କ ସଂଖ୍ୟାରେ ୩୯ ହୋଇଛି।