ଦେଶରେ ନିର୍ଵାଚନ ମାହୋଲ ଚାଲିଥିବାବେଳେ ଜବତ ହେଉଛି ପୁଳାପୁଳା ଟଙ୍କା । ଗାଡ଼ି ହେଉ କି ଘର ସବୁଠି ଜବତ ହେଉଛି ଟଙ୍କା । ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାରେ ଚଢ଼ାଉ ବେଳେ ଜବତ ହୋଇଛି ୮ କୋଟି ଟଙ୍କା ବୋଲି ସୂଚନା ମିଳିଛି । ୮ କୋଟି ଟଙ୍କାକୁ ଗୋଟେ ପାଇପ୍ ବୋଝେଇ ଗାଡିରେ ନିଆଯାଉଥିବା ସମୟରେ ପୋଲିସ ଖବର ପାଇ ଗାଡ଼ି ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୋଲିସ ୮ କୋଟି ଟଙ୍କାକୁ ଜବତ କରିଛି । ଏହି ଘଟଣାର ପୋଲିସ ଅଧିକ ତଦନ୍ତ ଜାରି କରିଛି । ଟଙ୍କା ହାଇଦ୍ରାବାଦରୁ ଗୁଣ୍ଟୁର ଯାଉଥିଲା ବୋଲି ଜଣାପଡିଛି । କେଉଁଠୁ ଏ ଟଙ୍କା ଆସି କେଉଁଠିକି ଯାଉଥିଲା ପୋଲିସ ତାର ତଦନ୍ତ କରୁଛି ।