କୋଟା: ରାଜସ୍ଥାନର କୋଟା ସହରରେ ଶନିବାର ରାତିରେ ଘଟିଥିବା ଭୟଙ୍କର ୩ ମହଲା ବିଲ୍ଡିଂ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଏବେ ମଧ୍ୟ ମଲବେ ତଳେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ରାଜସ୍ଥାନ କ୍ୟାବିନେଟ୍ ମନ୍ତ୍ରୀ ମଦନ ଦିଲାୱାର ଏହାକୁ ଏକ ବଡ଼ ଦୁର୍ଘଟଣା ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୋଟ ୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ଏବେ ବି ଚିକିତ୍ସିତ ହେଉଥିବା ବେଳେ ବାକି ଲୋକମାନେ ଘରକୁ ଫେରିଛନ୍ତି ।
ଏହି ଦୁର୍ଘଟଣାଟି କୋଟାର ତଲୱାଣ୍ଡି ଅଞ୍ଚଳରେ ଘଟିଛି। ବିଲ୍ଡିଂ ଭିତରେ ଏକ ରେଷ୍ଟୁରାଣ୍ଟ ଚାଲୁଥିବାରୁ ଦୁର୍ଘଟଣା ସମୟରେ ସେଠାରେ ବହୁ ସଂଖ୍ୟାରେ ଗ୍ରାହକ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ବିଲ୍ଡିଂଟି ଭୁଶୁଡ଼ିବା ମାତ୍ରେ ସ୍ଥାନୀୟ ବିଧାୟକ ସନ୍ଦୀପ ଶର୍ମା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ସେ କହିଛନ୍ତି ଯେ ବିଲ୍ଡିଂଟି ହଠାତ୍ ଭୁଶୁଡ଼ି ପଡ଼ିଲା ଏବଂ ମଲବେ ତଳୁ କିଛି ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି।