ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତର ଫାଇଦା ଚୀନକୁ ମିଳିଛି । ସଦ୍ୟତମ ଖବର ଅନୁଯାୟୀ ଟ୍ରମ୍ପ ଚୀନର ଟାରିଫ ୧୦ ପ୍ରତିଶତ କମ କରିବାକୁ ଘୋଷଣା କରିଛନ୍ତି । ସବୁଠୁ ବଡ କଥା ରୁଷ ତେଲର ସବୁଠୁ ବଡ ଗ୍ରାହକ ଚୀନକୁ ଟ୍ରମ୍ପ ଏହି ଆଶ୍ୱସ୍ତି ଦେଇଛନ୍ତି । ଏବେ ଭାରତ ଉପରେ ଲାଗିଥିବା ଟାରିଫକୁ ନେଇ ମଧ୍ୟ ଆମେରିକା ବଡ ଘୋଷଣା କରିପାରେ ବୋଲି ଆଶା କରାଯାଉଛି । ଟ୍ରମ୍ପ ଗୋଟିଏ ଦିନ ପୂର୍ବେ ଭାରତ ସହ ବଡ ବାଣିଜ୍ୟିକ ଚୁକ୍ତିନାମା କରିବାର ସଙ୍କେତ ଦେଇଥିଲେ ।
ବୁସାନରେ ଜିନପିଙ୍ଗଙ୍କ ସହିତ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ଚାଲିଥିଲା । ବୈଠକ ପରେ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସକରାତ୍ମକ ରହିଛି । ଅନେକ ପ୍ରସଙ୍ଗ ଉପରେ ନିଷ୍କର୍ସ ଶୀଘ୍ର ଜାରି କରାଯିବ । ଦୁଇ ଦେଶ ମଧ୍ୟରେ ଏହା ଏକ ଚମତ୍କାର ମିଟିଂ ଥିଲା । ଏହା ଉପରେ ସହମତ ପ୍ରକାଶ ପାଇଛି ଯେ, ରାଷ୍ଟ୍ରପତି ସି ଜିନପିଙ୍ଗ ଫେଣ୍ଟାନିଲ ଉପରେ ରୋକ୍ ପାଇଁ ବହୁତ ପରିଶ୍ରମ କରିବେ । ଚୀନ ଆମେରିକାର ସୋୟାବିନ କ୍ରୟ ନେଇ ଶୀଘ୍ର ପଦକ୍ଷେପ ନେବ । ଅନ୍ୟପଟେ ଆମେରିକା ଚୀନ ଉପରେ ଲଗାଇଥିବା ୫୭ ପ୍ରତିଶତ ଟାରିଫକୁ କମ କରାଯାଇ ୪୭ ପ୍ରତିଶତ କରାଯିବ ।
ଟ୍ରମ୍ପ ଗୁରୁବାର କହିଛନ୍ତି, ସେ ଓ ଜିନପିଙ୍ଗ ଦୁଲର୍ଭ ମୃଦାର ଗୋଟିଏ ବର୍ଷ ପାଇଁ ଯୋଗାଣ ଉପରେ ସହମତି ପ୍ରକାଶ ପାଇଛି । ଡିଲ୍ ଗୋଟିଏ ବର୍ଷ ପାଇଁ ରହିବ । ଏହା ଉପରେ ବାର୍ଷିକ ଆଧାରରେ ଆଲୋଚନା କରାଯିବ । ବୈଠକକୁ ନେଇ ବହୁତ ସକରାତ୍ମକ ମତ ପ୍ରକାଶ ପାଇଛି । ଦୁଇ ନେତାଙ୍କ ମଧ୍ୟରେ ପାଖାପାଖି ୧୦୦ ମିନିଟ୍ ଧରି ବୈଠକ ଚାଲିଥିଲା ।
Also read: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ବିସ୍ଫୋରଣ: ୬ ଜଣ ସୈନିକ ମୃତ, ସର୍ଚ୍ଚ ଅପରେସନ ଜାରି