କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଜି ୧୦ମ ବୈଠକ,ବାହାରିପାରେ ନିଷ୍କର୍ସ
Khabar Odisha:Today-marks-the-10th-meeting-between-the-farmers-organization-and-the-government
ନୂଆଦିଲ୍ଲୀ, ଜାନୁଆରୀ 20 (ଖବର ଓଡ଼ିଶା):

 ଦିଲ୍ଲୀ ସୀମାରେ ଜାରି ରହିଥିବା ବିରୋଧ ପ୍ରଦର୍ଶନକୁ ନେଇ ଆଜି ପୁଣି ଆଲୋଚନା । କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ୧୦ମ ଥର ପାଇଁ ବୈଠକ ବସିବାକୁ ଯାଉଛି । ନୂଆ କୃଷି ଆଇନ୍ ନେଇ ଏହି ବୈଠକ ୧୯ ଜାନୁଆରୀ, ମଙ୍ଗଳବାର ହେବାର ଥିଲା । କିନ୍ତୁ ଏହାକୁ ଗୋଟିଏ ଦିନ ଘୁଞ୍ଚାଯାଇ ୨୦ ଜାନୁଆରୀକୁ ରଖାଯାଇଥିଲା ।

ସରକାରଙ୍କ କହିବା ମୁତାବକ କେନ୍ଦ୍ର ଏବଂ କୃଷକଙ୍କ ମଧ୍ୟରେ ଏହି ଆଇନ୍କୁ ନେଇ ଖୁବ୍ ଶିଘ୍ର ସମାଧାନ ହୋଇଯିବା ଉଚିତ୍ । କିନ୍ତୁ ଏଥିରେ ଅନ୍ୟ ବିଚାରଧାରାର ବ୍ୟକ୍ତି ପ୍ରବେଶ କରିଛନ୍ତି । ଯାହାଫଳରେ ସମାଧାନରେ ବିଳମ୍ୱ ହେଉଛି । ନୂଆ କୃଷି ଆଇନ୍ ଚାଷୀଙ୍କ ହିତ ପାଇଁ ପ୍ରସ୍ତୁତ କରାଯାଇଛି । ଏଥି ସହିତ ସରକାର କହିଛନ୍ତି ଯେ ଯେତେବେଳେ କୈଣସି ଭଲ କାମ ହୁଏ ବା ଯୋଜନା ହୁଏ ସେତେବେଳେ ବହୁତ ବାଧା ବିଘ୍ନ ଆସିଥାଏ । ତେଣୁ ଏହି ଆଇନ୍କୁ ଅଧିକ ସମୟ ଲାଗୁଛି । କାରଣ କୃଷକ ନେତା ନିଜ ନିଜ ଅନୁସାରେ ସମାଧାନ ଚାହୁଁଛନ୍ତି ।

 

ଅନ୍ୟପଟେ ୨୬ ଜାନୁଆରୀରେ କୃଷକମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ଉପରେ ସୁପ୍ରିମ୍ କୋର୍ଟ ଆଜି ଶୁଣାଣି କରିବେ । ରାଲିକୁ ବନ୍ଦ କରିବା ପାଇଁ ଦିଲ୍ଲୀ ପୋଲିସ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିଥିଲେ । କୋର୍ଟ କହିଥିଲେ ଯେ ଦିଲ୍ଲୀ ପୋଲିସ୍ ଏନେଇ ଅନୁମତି ଦେବ କି ନାହିଁ ଏହା ତାଙ୍କ ଉପରେ ନିର୍ଭର କରୁଛି । ପୂର୍ବରୁ ଏହି ରାଲିକୁ ନେଇ ପୋଲିସ୍ ଏବଂ କୃଷକ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ସଂଗଠନ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ରାଲି କରିବାକୁ ପ୍ରସ୍ତାବ ଦେଇଥିଲେ

  • Tags:

Subscribe

National International State Sports Entertainment