୧୯୩୧ ଅକ୍ଟୋବର ୧୫ ରାମେଶ୍ଵରରେ ଜନ୍ମଗ୍ରହଣ କରିଥିଲେ ସାରା ଦେଶବାସୀମାନଙ୍କର ପ୍ରିୟ ପୂର୍ବତନ ରାଷ୍ଟ୍ରପତି ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ । ଭାରତର ମିସାଇଲ ମ୍ୟାନ ଭାରତ ରତ୍ନ ଅବଦୁଲ କଲାମ ୨୦୧୫ ଜୁଲାଇ ୨୭ ତାରିଖରେ ଆରପାରିକୁ ଚାଲିଯାଇଥିଲେ । ତାଙ୍କ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଜନ୍ମ ରାମେଶ୍ଵରରେ ମୃତ୍ୟୁ ଶିଲଂ ରେ । ବୈଜ୍ଞାନିକ ଜୀବନ ବାଲେଶ୍ଵରର ଚାନ୍ଦିପୁରରେ । ଆଉ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଭାରତର ୧୧ତମ ରାଷ୍ଟ୍ରପତି । ଖାଲି ହାତରେ ଆସିଥିଲେ ଆଉ ଖାଲି ହାତରେ ଚାଲିଗଲେ । ମୃତ୍ୟୁ ପରେ ସମ୍ପତ୍ତି କହିଲେ କାଲାମ ସାରଙ୍କର କିଛି ବି ନ ଥିଲା ।
କାଲାମ ସାରଙ୍କର ଗୋଟେ ଗୋଟେ ଶବ୍ଦ ସତେ ଯେପରି ଆତ୍ମ ବିଶ୍ୱାସ ଆଣିଦେଇଥାଏ । ଏମିତି ଜଣେ କେହି ବି ନ ଥିବେ ଯିଏ ତାଙ୍କ ମୃତ୍ୟୁରେ କାନ୍ଦି ନ ଥିବେ । ସେ ସବୁବେଳେ ସମସ୍ତଙ୍କ ପ୍ରିୟ ଥିଲେ ଆଉ ରହିବେ ମଧ୍ୟ । ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୧୯୯୭ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ’ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ବାଲାଷ୍ଟିକ୍ ମିସାଇଲ୍ ଓ ଲଞ୍ଚ ଭେହିକିଲ୍ ବିକଶିତ କରିବାରେ ଅବଦୁଲ କଲାମଙ୍କ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ କୁହାଯାଏ ‘ଭାରତର ମିସାଇଲ୍ ମ୍ୟାନ୍’। ୧୯୯୮ ପୋଖରାନ୍-୨ ପରମାଣୁ ବୋମା ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।