ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ, ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଏଠି ମଧ୍ୟରେ ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ। ମନ୍ଦିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇଟି ଫଟୋରେ ପ୍ରଭୁ ରାମଲାଲା ବିରାଜମାନ ହେବାକୁ ଥିବା ସିଂହାସନ ସମେତ ଗର୍ଭଗୃହ ଭିତରର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ଦୁଇଟି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।
ସୂଚନା ଅନୁସାରେ, ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହ କାମ ଜୋର୍ସୋରରେ ଆଗେଇ ଚାଲିଛି। ଅଧିକାରୀମାନଙ୍କ କହିବା ହେଲା ଶ୍ରୀରାମଙ୍କର ୩ଟି ମୂର୍ତ୍ତି ତିଆରି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଥିରୁ ଗୋଟିଏ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯିବ। ୩ଟି ମୂର୍ତ୍ତି ମଧ୍ୟରୁ ଦୁଇଟି କର୍ଣ୍ଣାଟକ ଏବଂ ଗୋଟିଏ ରାଜସ୍ଥାନର ପଥରରୁ ତିଆରି କରାଯାଇଛି। ଚଳିତ ମାସ ୧୫ ତାରିଖରେ ମନ୍ଦିର ନ୍ୟାସର ଧାର୍ମିକ ସମିତି ପ୍ରାଣ ପ୍ରତିଷ୍ଠା ପାଇଁ ସର୍ବଶ୍ରେଷ୍ଠ ମୂର୍ତ୍ତି ଚୟନ କରିବେ। ମୂର୍ତ୍ତିଗୁଡ଼ିକର କାର୍ଯ୍ୟ ପାଖାପାଖି ୯୦ ପ୍ରତିଶତ ପର୍ଯ୍ୟନ୍ତ ଶେଷ ହୋଇଗଲାଣି ଏବଂ ବର୍ତ୍ତମାନ ଏହାକୁ ଅନ୍ତିମ ରୂପ ଦିଆଯାଉଛି। ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ଉଦ୍ଘାଟନୀ ସମାରୋହ ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପାଖାପାଖି ୭ ହଜାର ଲୋକଙ୍କୁ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆମନ୍ତ୍ରଣ କରାଯାଇଛି। ଏଥିସହିତ ବହୁ ରାଜନେତା ଏବଂ ଭକ୍ତମାନେ ମଧ୍ୟ ଏହି ପ୍ରାଣ ପ୍ରତିଷ୍ଠାନରେ ଯୋଗ ଦେବାକୁ ଯାଉଛନ୍ତି।
ଅଧିକ ପଢନ୍ତୁ ; ସୂର୍ଯ୍ୟର ସମ୍ପୂର୍ଣ ଫଟୋ ପଠାଇଲା ଆଦିତ୍ୟ ଏଲ୍-୧