ଦୀପାବଳି ପୂର୍ବରୁ ଉପହାର ଦେଲେ କେନ୍ଦ୍ର ସରକାର, ମାଗଣା ରାସନ୍ ଯୋଜନାର ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନୂଆଦିଲ୍ଲୀ,ସେପ୍ଟେମ୍ବର ୨୮(ଖବର ଓଡିଶା): Share story: ସାଧାରଣ ଜନତାଙ୍କୁ ମୋଦି ସରକାର ବଡ଼ ଭେଟି ଦେଇଛନ୍ତି। ଦୀପାବଳି ପୂର୍ବରୁ ଦେଶର ୮୦ କୋଟି ଲୋକଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ୩ ମାସ ପାଇଁ ବୃଦ୍ଧି ପାଇଛି । ମାଗଣା ରାସନ୍ ଯୋଜନାର ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ବୁଧବାର କେନ୍ଦ୍ର କ୍ୟାବିନେଟର ବୈଠକରେ ହୋଇଥିବା ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୦ ମାର୍ଚ୍ଚରେ ଲକ୍ଡାଉନ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ) ଘୋଷଣା ହୋଇଥିଲା । ମାଗଣା ରାସନ୍ ଯୋଜନାରେ ୮୦ କୋଟି ଜନତାଙ୍କୁ ମୋଦି ସରକାର ପ୍ରତି ମାସରେ ମୁଣ୍ଡ ପିଛା ହିସାବରେ ୫ କିଲୋ ଗହମ କିମ୍ବା ଚାଉଳ ପ୍ରଦାନ କରିଥାଆନ୍ତି । ଏହା ସହିତ ମୁଣ୍ଡ ପିଛା ଏକ କିଲୋଗ୍ରାମ ଲେଖାଏଁ ଚଣା ଦିଆଯାଇଥାଏ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସବସିଡି ମାଧ୍ୟମରେ ଲୋକଙ୍କୁ ଏହି ଯୋଜନାରେ ମାଗଣା ରାସନ ଯୋଗାଇ ଥାଆନ୍ତି ସକରାର । ଖବର ଓଡ଼ିଶା, Reporter, 28/09/2022