ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡି ଚାଲିଗଲା ୩ ଜୀବନ। ତେବେ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି। ତେବେ ଏପରି ଅଘଟଣ ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ କାରଣରୁ ଘଟିଛି। ତେବେ ୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଉଦ୍ଧାକାରୀ ଟିମ୍। ପୋଲିସ ଘଟଣା ସ୍ଥଳରେ ପହଂଚି ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି। ଏଭଳି ଅଘଟଣ ଘଟିବ ପରେ ଚାରିଆଡେ ଶୋକାକୁଳ ପରିବେଶ ଛାଇ ଯାଇଛି।
ସୂଚନା ଅନୁସାରେ, ପ୍ରବଳ ବର୍ଷା ଏବଂ ଘୂର୍ଣ୍ଣିଝଡରେ ଡଙ୍ଗା ବୁଡି ଚାଲିଗଲା ଜଣେ ମହିଳା ଏବଂ ୨ଶିଶୁଙ୍କ ଜୀବନ। ଆସାମର ଦକ୍ଷିଣ-ସଲମରା ମାନକଚର ଜିଲ୍ଲା ଦେଇ ଡଙ୍ଗାଟି ଯାଉଥିଲା। ଏହି ସମୟରେ ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ ହେବାରୁ ଡଙ୍ଗାଟି ବୁଡି ଯାଇଥିଲା। ତେବେ ଡଙ୍ଗା ବୁଡିବା ନେଇ ଜାଣିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ତୁରନ୍ତ ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି। ଏପରିକି କେହି ଏ ସମୟରେ ନଦୀ ଏବଂ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।