ଆଖିରେ ପଟି ବାନ୍ଧି ସ୍କେଟିଂ ଖେଳି ଇଣ୍ଡିଆ ବୁକ ଅଫ୍ ୱାର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଜଣେ ୬ ବର୍ଷର ଝିଅ । ପ୍ରାୟ ୪୫ ମିନିଟ ୫ ସେକେଣ୍ଡ ପର୍ଯ୍ୟନ୍ତ ଆଖିରେ ପଟି ବାନ୍ଧି ସ୍କେଟିଂ ଖେଳି ରେକର୍ଡ କରିଛନ୍ତି କୁନି ଝିଅ ଜଣକ । ଏତେ କମ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା କୁନି ଝିଅଙ୍କ ନାମ ବରାଦ ଅଟେ ।
ସୂଚନା ଅନୁସାରେ, ଗୁଜୁରାଟ ରାଜକୋଟର ୬ ବର୍ଷିୟା ବାଳିକା ବରଦା ପରମାର ଆଖିରେ ପଟି ବାନ୍ଧି ୪୫ ମିନିଟ ୫ ସେକେଣ୍ଡ ସମୟ ସ୍କେଟିଂ ଖେଳି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଏନେଇ ବରଦା ପରମାରଙ୍କ ମାଆ ଗାୟତ୍ରୀ ପରମାର କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ବରଦାର ଇଚ୍ଛା ଥିବା ନେଇ ତାଙ୍କୁ ଜଣାଇଥିଲା । ଯାହାକୁ ନେଇ ବରଦାଙ୍କ ମା ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କୁ ଭେଟନ୍ତି ନାହିଁ ବୋଲି କହିଥିଲି । ଯଦି କିଛି ନିଆରା କାର୍ଯ୍ୟ କରି ଦେଖାଇବ ତେବେ ପ୍ରଧାନମନ୍ତ୍ରୀ ତୁମକୁ ଦେଖା କରିବେ ବୋଲି ସେ ବରଦାଙ୍କୁ କହିଥିଲି । ତାପରେ ବରଦା ସ୍କେଟିଂ କ୍ଲାସରେ ପ୍ରଶିକ୍ଷଣ ପାଇଁ ଭର୍ତ୍ତି ହୋଇଥିଲେ । ଯେତେବେଳେ ଆମେ ମାନେ ଗୋଟିଏ ଜାଗାରେ ୧୦ ମିନିଟ ଆଖି ବନ୍ଦ କରି ବସିପାରୁନାହୁଁ, ସେଠାରେ ବରଦା ଆଖିରେ ପଟି ବାନ୍ଧି ୪୫ ମିନିଟ ୫ ସେକେଣ୍ଡ ପର୍ଯ୍ୟନ୍ତ ସ୍କେଟିଂ ଖେଳିଛନ୍ତି ଆଉ ଗିନିଜ ବୁକ ଅଫ୍ ୱାର୍ଡ ରେକର୍ଡ ରେ ନିଜ ନାମ ଲିପିବଦ୍ଧ କରାଇଛନ୍ତି ।
ଅଧିକ ପଢନ୍ତୁ : ହେଲିକପ୍ଟର ଯୋଗେ ଗଲା ପ୍ରଶ୍ନପତ୍ର