ନୂଆଦିଲ୍ଲୀ, ଜାନୁଆରୀ ୧୮ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ ସଂସ୍କରଣ ଆସନ୍ତା ମାର୍ଚ୍ଚ-ଏପ୍ରିଲରୁ ଖେଳା ଯାଇପାରେ। ଏଥି ପାଇଁ ଆସନ୍ତା ଫେବୃ୍ଆରୀ ୧୨ ଓ ୧୨ରେ ମେଗା ନିଲାମୀ ହେବ। ଏହି ସଂସ୍କରଣରେ ୨ଟି ନୂଆ ଟିମ୍ ଅହମଦାବାଦ ଓ ଳକ୍ଷ୍ନୌ ସାମିଲ ହେବେ।
ଅହମଦାବାଦ ଓ ଲକ୍ଷ୍ନୌକୁ ୩-୩ ଖେଳାଳି ରିଟେନ୍ କରିବାର ଅଛି। ଏଥି ପାଇଁ ବିସିସିଆଇ ଚଳିତ ମାସ ୨୨ ତାରିଖ ସମୟ ଦେଇଛି। ଉଭୟ ଟିମ୍ ମଧ୍ୟ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ଇଏସ୍ପିଏନ୍ କ୍ରିକ୍ଇନ୍ଫୋ ଅନୁସାରେ, ଅହମଦାବାଦ୍ ନିଜର ଟିମ୍ ପାଇଁ ୩ ଜଣ ଖେଳାଳିଙ୍କୁ ଚୟନ କରିଛି। ଏମାନେ ହେଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଓପନର ଶୁଭମନ ଗିଲ ଓ ଆଫଗାନିସ୍ତାନ ସ୍ପିନର ରଶିଦ ଖାନ୍। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦ ମିଳିପାରେ। ଏହା ପୂର୍ବରୁ ମୁମ୍ବାଇ ପାଇଁ ହାର୍ଦ୍ଦିକ, ସନରାଇଜର୍ସ ହାଇଦ୍ରାବାଦ୍ ପାଇଁ ରଶିଦ ଓ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଶୁଭମନ ଖେଳିସାରିଛନ୍ତି।