ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା ୩୦୦୦ ପୃଷ୍ଠା ସମ୍ବଳିତ ଡ୍ରାଫ୍ଟ୍ ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦିଲ୍ଲୀ ପୁଲିସ | ଶ୍ରଦ୍ଧା ୱାକର୍ଙ୍କୁ ହତ୍ୟା କରି ୩୫ ଖଣ୍ଡ କରି ସହରର ବିଭିନ୍ନ ପ୍ରାନ୍ତରେ ପକାଇଛନ୍ତି ବୋଲି ଅଭିଯୋଗ ହେଉଥିବା ଅଫ୍ତାବ୍ ପୂନାୱାଲାଙ୍କ ବିରୋଧରେ ଦିଲ୍ଲୀ ପୁଲିସ ୩୦୦୦ ପୃଷ୍ଠା ସମ୍ବଳିତ ଡ୍ରାଫ୍ଟ୍ ଚାର୍ଜସିଟ୍ ପ୍ରସ୍ତୁତ କରିଛି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ଡ୍ରାଫ୍ଟ ଡକ୍ୟୁମେଣ୍ଟ୍ରେ ୧୦୦ ଅଧିକ ଜଣ ସାକ୍ଷୀଙ୍କ ବୟାନ ରହିଛି। ଏହା ମଧ୍ୟ ମାସ ମାସ ଧରି ପୁଲିସ କରିଥିବା ତଦନ୍ତ ସମୟରେ ସଂଗୃହୀତ ଗୁରୁତ୍ବପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ଏବଂ ଫୋରେନ୍ସିକ୍ ପ୍ରମାଣ ଉପରେ ଅଧାରିତ। ଏଥିସହ ପୁଲିସ ଅଫ୍ତାବ୍ଙ୍କ ସ୍ବୀକାରୋକ୍ତି, ତାଙ୍କ ନାର୍କୋ ପରୀକ୍ଷା ଫଳାଫଳ, ଫୋରେନ୍ସିକ୍ ଟେଷ୍ଟ୍ ରିପୋର୍ଟ କଥା ବି ଚାର୍ଜସିଟ୍ରେ ରହିଛି ।