ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ପ୍ରତ୍ୟୁଷରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଚାରିରୁ ପାଞ୍ଚଟି ବସ୍ ଏବଂ ଏକ କାରରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ଅନେକ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ମଥୁରା ଜିଲ୍ଲା ମାଜିଷ୍ଟ୍ରେଟ୍ ଦୁଇ ଜଣଙ୍କ ମୃତ୍ୟୁର ନିଶ୍ଚିତ କରିଛନ୍ତି। ଏହି ଘଟଣା ବଳଦେବ ପୋଲିସ ଷ୍ଟେସନ ଅଧୀନରେ ଥିବା ଯମୁନା ଏକ୍ସପ୍ରେସୱେର ମାଇଲଖୁଣ୍ଟ ୧୨୭ରେ ଘଟିଛି। ପୋଲିସ ଏବଂ ଯମୁନା ଏକ୍ସପ୍ରେସୱେ ଦଳ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି।
ମଙ୍ଗଳବାର ଭୋର ପ୍ରାୟ ୪ଟାରେ ଘନ କୁହୁଡ଼ି ଯୋଗୁଁ ହଠାତ୍ ପାଞ୍ଚଟି ବସ୍ ଏବଂ ଅନ୍ୟ ଯାନରେ ନିଆଁ ଲାଗିଗଲା। ସକାଳ ହେବା ଯୋଗୁଁ ଅଧିକାଂଶ ଯାତ୍ରୀ ଶୋଇପଡ଼ିଥିଲେ। ଲୋକମାନେ କ'ଣ ଘଟୁଛି ତାହା ବୁଝିବା ବେଳକୁ, ନିଆଁ ସେମାନଙ୍କ ପାଖରେ ପହଞ୍ଚି ସାରିଥିଲା। ରିପୋର୍ଟ ଅନୁଯାୟୀ ୬ରୁ ୭ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତଥାପି, ଜିଲ୍ଲା ମାଜିଷ୍ଟ୍ରେଟ୍ ଦୁଇ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଯମୁନା ଏକ୍ସପ୍ରେସୱେ ଏବଂ ପୋଲିସ ଘଟଣାସ୍ଥଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୃତଦେହଗୁଡ଼ିକୁ ହେପାଜତକୁ ନିଆଯାଇଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ପୁଣି ଏକ ଗିନିଜ୍ ରେକର୍ଡ ଅଭିମୁଖେ ସୁମିତ