ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନିଛି ଗରିବୀ, UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS ହେଲେ ଚାଷୀଙ୍କ ଝିଅ
Khabar Odisha:Self-motivation-can-take-u-the-top-whipe-u-dont-have-money
ନୂଆଦିଲ୍ଲୀ, ଜୁନ ୬ (ଖବର ଓଡ଼ିଶା):

ଦୃଢ଼ ଇଚ୍ଛାଶକ୍ତି ଓ ମନବଳ ଥିଲେ ସବୁ କିଛି ସମ୍ଭବ। ଶିକ୍ଷା ପ୍ରତି ମନବଳାଇଲେ କୌଣସି ପରିବାରର ଆର୍ଥିକ ପରିସ୍ଥିତି ବାଧକ ସାଜେ ନାହିଁ । ଏହା ପ୍ରମାଣିତ କରିବାର ଅନେକ ନଜିର ରହିଛି। କେରଳର ଜଣେ ଚାଷୀଙ୍କ ଝିଅ ୟୁପିଏସି ରେ ୬୫ ସ୍ଥାନରେ ରହିଛନ୍ତି ।

ୟୁପିଏସି ରେଜଲ୍ଟ ବାହାରିଛି। ସେଥିରେ ଜଣେ ଗରିବ ଝିଅ ୬୫ ସ୍ଥାନରେ ରହିଛନ୍ତି । ସେ ତାଙ୍କ ଦ୍ଵିତୀୟ ଚେଷ୍ଟାରେ ଏହି ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ପିତା ପେଶାରେ ଜଣେ ଚାଷୀ ।  ଗୋଟିଏ ସାଧାରଣ ପରିବାରରୁ ଆସିଥିବା ଝିଅ ଏନିସ୍ କାନ୍ମନି ଜୟ ଦ୍ଵିତୀୟ ଥରରେ ହିଁ ଉତୀର୍ଣ୍ଣ ହୋଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ ନିଜ ପାଇଁ ବହି କିଣିବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା । ସେ ପିଲାବେଳୁ ଭଲ ପାଠ ପଢୁଥିଲେ । ତାଙ୍କର ବିଜ୍ଞାନ ଭଲ ହେଉଥିବାରୁ ସେ MBBS କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇନଥିଲେ। 

ଏହାପରେ ସେ bsc ନର୍ସିଂ କରି ନର୍ସ ଭାବେ କାର୍ଯ୍ୟ କରୁଥିଲେ ।ତଥାପି ତାଙ୍କ ଦୃଢ଼ ଇଛା ଶକ୍ତି ସରିନଥିଲା ।

 ତେଣୁ ସେ ପୁଣି ପଢ଼ାପଢ଼ି କରି UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ।ସେ ସେଥିରେ ସଫଳ ହୋଇଛନ୍ତି ।

  • Tags:

Subscribe

National International State Sports Entertainment