ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ ତମ 'ମନ କି ବାତ' କାର୍ଯ୍ୟକ୍ରମ, କରୋନା ସଙ୍କଟରେ ପୂରା ଦେଶ ପରିବାର ସହ ରହିଛି
Khabar Odisha:Prime-Minister-Narendra-Modis-69th-Mann-Ki-Baat-program-with-the-whole-country-in-crisis
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୬୯ ତମ 'ମନ କି ବାତ' କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। କରୋନା ଯୋଗୁ ପୂରା ଦୁନିଆ ପରିବର୍ତନ ସମୟ ଦେଇ ଗତି କରୁଛି। ତେବେ ଏହି ସଙ୍କଟରେ ପରିବାର ଲୋକଙ୍କୁ ଯୋଡିବା କାମ କରିଛି ବୋଲି ସେ କହିଛନ୍ତି ।

କିଛି ପରିବାରକୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ତଥାପି ପୂରା ଦେଶ ପରସ୍ପର ସହ ଛିଡ଼ା ହୋଇଛି ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ମୋଦି ନିଜ ବିଚାରଧାରାକୁ ଲୋକଙ୍କ ସାମ୍ନାରେ ରଖନ୍ତି। ଗତଥର ମୋଦି କାର୍ଯ୍ୟକ୍ରମରେ 'ଆତ୍ମନିର୍ଭର ଭାରତ' ବାବଦରେ ଆଲୋଚନା କରିଥିଲେ।

ସେ କହିଥିଲେ ଭାରତ ନିଜ ପଡୋଶୀଙ୍କ ସହ ବନ୍ଧୁତା ନିଭାଇବା ଜାଣେ, ତା' ସହ ସମୟ ଆସିଲେ ଉଚିତ ଜବାବ ମଧ୍ୟ ଦେବା ଜାଣିଛି। ଲଦାଖ ଭୂମି ଉପରେ ଆଖି ଉଠାଇ ଦେଖୁଥିବା ଲୋକଙ୍କୁ ତାର ଉଚିତ ପରିଣାମ ମିଳିଛି। ଆମ ଭାରତୀୟ ବୀର ସୈନିକ ଦେଖାଇ ଦେଇଛନ୍ତି ଯେ ସେମାନେ କେବେ ବି ଭାରତ ଗୌରବ ଉପରେ ଆଞ୍ଚ ଆସିବାକୁ ଦେ​‌ବେ ନାହିଁ।

ସୂଚନାଯୋଗ୍ୟ, ମନ କି ବାତ୍ କାର୍ଯ୍ୟକ୍ରମକୁ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମଓ ଓ ସୂଚନା ପ୍ରସାରଣ ମନ୍ତ୍ରାଳୟର ୟ୍ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେଉଛି।

  • Tags:

Subscribe

National International State Sports Entertainment