ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ତୃତୀୟ ଅଡିଟ୍ ଦିବସ ସମାରୋହ' ଅବସରରେ ସିଏଜି ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ସମ୍ମାନିତ କରିଥିଲେ । ଆଉ ଏବେ ସେହି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଖୁସି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଦୁଇ ଜଣ ସୁଯୋଗ୍ୟ ସନ୍ତାନ ଜଣେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଅନ୍ୟଜଣେ ଭାରତର ସିଏଜି ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପାଇଁ ଆମେ ଓଡ଼ିଆ ଭାବେ ଆମେ ଗର୍ବିତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହା ଆମର ଗଣତନ୍ତ୍ର, ଜନଜାତି ଓ ବଞ୍ଚିତ ବର୍ଗଙ୍କ ପାଇଁ ବଡ଼ ସମ୍ମାନ । ଏହି ଦୁଇ ବ୍ୟକ୍ତିବିଶେଷ ଆମ ଓଡ଼ିଆ ଅସ୍ମିତା, ସ୍ବାଭିମାନର ଅନନ୍ୟ ପରିଚୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।