ପାଟଣା: ବିହାରରେ ସଂରକ୍ଷଣ ପରିସରକୁ ବଢ଼ାଇବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରୁ ଝଟକା ଲାଗିଛି। ସଂରକ୍ଷଣ ପରିସର ୫୦ରୁ ବଢ଼ାଇ ୬୫ ପ୍ରତିଶତ କରାଯିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଗୁରୁବାର ପାଟଣା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।
ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାର ଦ୍ବାରା ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଆର୍ଥିକ ଓ ସାମାଜିକ ରୂପେ ଅନଗ୍ରସର ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ୬୫ ପ୍ରତିଶତ ସଂରକ୍ଷଣ ଦେବାକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହି ନିଷ୍ପତ୍ତି ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି।
ଆବେଦନକାରୀ ଗୌରବ କୁମାର ଓ ଅନ୍ୟମାନଙ୍କ ଦ୍ବାରା ଆବେଦନ ଉପରେ ଶୁଣାଣି କରି ରାୟକୁ ମାର୍ଚ୍ଚ ୧୧ରେ ସୁରକ୍ଷିତ ରଖାଯାଇଥିଲା। ପାଟଣା ହାଇକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି।