ଗୁଜୁରାଟରେ ଘଟିଛି ଏକ ଅଭାବନୀୟ ଘଟଣା । ଯିବା ଆସିବା ପାଇଁ ତିଆରି ହୋଇଥିବା ପୋଲ ଭୁଶୁଡ଼ି ୧୦ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ରବିବାର ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାର ଗୋଟେ ଅଞ୍ଚଳରେ ପୋଲ ଭୁଶୁଡ଼ି ୧୦ଜଣଙ୍କର ଜୀବନ ଚାଲିଯିବା ସହିତ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ଡମ୍ପର ଓ ଦୁଇଟି ବାଇକ ପୋଲ ଅତିକ୍ରମ କରିବା ସମୟରେ ଘଟିଥିଲା ଏଇ ଅଘଟଣ ଆଉ ଚାଲିଯାଇଥିଲା ଲୋକଙ୍କ ଜୀବନ । ପୋଲ ଉପରେ ଆସୁଥିବା ତିନୋଟି ଗାଡ଼ି ନଦୀରେ ଖସିପଡ଼ିଥିଲା । ସ୍ଥାନୀୟ ଲୋକ ଆହତ ଓ ମୃତକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଏକ ଭୟର ପରିବେଶ ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବା ସହିତ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି । ପୋଲ ଭୁଶୁଡ଼ି ଘଟଣା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ପୋଲ ଭୁଶୁଡ଼ିବା ର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ଆଗକୁ ପଢ଼ନ୍ତୁ : ସ୍କୁଲ ବସ ଓ ଟ୍ରକର ଧକ୍କା : ୨ ମୃତ