ଉଜ୍ଜୟିନୀରେ ବିଶ୍ବର ପ୍ରଥମ ବୈଦିକ ଘଡ଼ି । ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଉଜ୍ଜୟିନୀରେ ମହାକାଳେଶ୍ୱର ପୂଜା ପାଉଛନ୍ତି । ଦେଶର କଳା ଓ ସଂସ୍କୃତିକୁ ପ୍ରତିଫଳିତ କରୁଥିବା ଅନନ୍ୟ ସ୍ଥାନ ହେଉଛି ଉଜ୍ଜୟିନୀ । ଏହି ସ୍ଥାନରେ ବିଶ୍ବର ପ୍ରଥମ ବୈଦିକ ଘଡ଼ି ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ୍ ମାଧ୍ୟମରେ ମାର୍ଚ୍ଚ ୧ ତାରିଖରେ ଏହି ବୈଦିକ ଘଡ଼ିକୁ ଉଦଘାଟନ କରିବେ । ଏହା ବିକ୍ରମାଦିତ୍ୟଙ୍କ ରାଜ୍ୟର ରାଜଧାନୀ ଥିଲା । ଇତିହାସକୁ ପୁଣି ଥରେ ଜୀବିତ କରିବା ପାଇଁ ବୈଦିକ ଘଡ଼ିର ଉଦଘାଟନ କରାଯାଇଛି । ଏହି ଘଡ଼ି ପ୍ରାୟ ୮୦ ଫୁଟ ଉଚ୍ଚ ଟାୱାର ଉପରେ ଲଗାଯାଇଛି । ଏହି ଘଡ଼ିରେ ଭାରତୀୟ ସମୟ ନିର୍ଦ୍ଧାରିତ ହେବ । ଉଜ୍ଜୟିନୀକୁ ସମୟ ଗଣନାର କେନ୍ଦ୍ରବିନ୍ଦୁ କୁହାଯାଉଥିବାରୁ ବିଶ୍ବର ପ୍ରଥମ ବୈଦିକ ଘଡ଼ି ଏହି ଠାରେ ଉଦଘାଟନ କରାଯାଇଛି ।
ଆଗକୁ ପଢ଼ନ୍ତୁ : ଉଦ୍ଘାଟିତ ହେଲା 'ଭାରତ ଟେକ୍ସ -୨୦୨୪'