ଜମ୍ମୁ: ଜମ୍ମୁ-କଶ୍ମୀରର ପର୍ବତ, ଉପତ୍ୟକା ଏବଂ ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଚଳାଇଛନ୍ତି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ପଟନିଟପ ପାହାଡ଼ ନିକଟସ୍ଥ ଅକାଳ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ବିଳମ୍ବିତ ରାତିରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା।
ଆଜି ସକାଳେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ପୁଣି ଥରେ ଡୋଡ଼ାର ଆସର ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ପାଟନିଟପ ପାହାଡ଼ ସମ୍ମୁଖ ଆସର ଗାଁ ନିକଟରେ ଅନେକ ଆତଙ୍କବାଦୀ ଙ୍କ ଉପସ୍ଥିତିର ସମ୍ଭାବନା ରହିଛି।
ସୁରକ୍ଷା କର୍ମୀମାନେ ପୁଣି ଥରେ ଆତଙ୍କବାଦୀଙ୍କ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ଆହତ ହୋଇଛନ୍ତି । ସେହି ଅଞ୍ଚଳରେ ରକ୍ତ ଦାଗ ମଧ୍ୟ ଦେଖିବାକୁ ମିଳିଛି। ଘଟଣାସ୍ଥଳରୁ ସେନା ଗୋଟିଏ ଏମ୪ ରାଇଫଲ ଓ ୩ଟି ରକ୍ସାକ ଜବତ କରିଛି। ଆତଙ୍କବାଦୀମାନେ ଆସରର ଏକ ନଦୀ ଅଞ୍ଚଳରେ ଲୁଚି ରହିଥିବା ଅନୁମାନ କରାଯାଉଛି।