ଆଜିଠୁ ଲାଗୁ ହେବ ନୂଆ ଆୟକର ନିୟମ । ଏପ୍ରିଲ ୧ ତାରିଖରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଥାଏ । ସେଥିପାଇଁ ପୂର୍ବର ପ୍ରସ୍ତୁତ କରାଯାଇଛି । ନୂଆ ଆର୍ଥିକ ବର୍ଷ ଲାଗୁ ପରେ କେଉଁ କେଉଁ ସୁବିଧା ରହିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆ ଓ ପୁରୁଣା ଟ୍ୟାକ୍ସ ରେଜିମ୍ କାଏମ ରହିଲେ ବି, ଟ୍ୟାକ୍ସ ଫାଇଲିଂ ବେଳେ ନୂଆ ଟ୍ୟାକ୍ସ ରେଜିମ୍ ଡିଫଲ୍ଟ ଅପସନ୍ ରହିବ । ନୂଆ ରେଜିମରେ ଅନେକ ନୂଆ ସୁବିଧା ମିଳିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା ଅନୁଯାୟୀ ନୂଆ ରେଜିମରେ ୭ ଲକ୍ଷ ଟଙ୍କା ବାର୍ଷିକ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏଥିସହିତ ୫୦ ହଜାରର ଷ୍ଟାଣ୍ଡାର୍ଡ ଡିଡକସନକୁ ମିଶାଇଲେ ସାଢ଼େ ୭ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡ଼ିବନି । ତେବେ ୩ ଲକ୍ଷ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ୩ ଲକ୍ଷରୁ ୬ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ, ୬ ଲକ୍ଷରୁ ୯ ଲକ୍ଷ ପର୍ଯ୍ୟନ୍ତ ୧୦ ପ୍ରତିଶତ, ୯ ଲକ୍ଷରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ, ୧୨ ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଓ ୧୫ ଲକ୍ଷରୁ ଅଧିକ ହେଲେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ।