ସନ୍ଧ୍ୟା 6ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ
Khabar Odisha:National-news-Pm-Narendra-Modi-Mann-Ki-Baat-On-Republic-Day
ନୂଆଦିଲ୍ଲୀ,ଜାନୁଆରୀ ୨୬ (ଖବର ଓଡ଼ିଶା) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା 6ଟାରେ ମନ୍‌ କି ବାତ୍‌ କରିବେ । ଗଣତନ୍ତ୍ର ଦିବସ ସମାରୋହ କାରଣରୁ ରବିବାର ପ୍ରଧାନମନ୍ତ୍ରୀ  ମୋଦୀଙ୍କ ରେଡିଓ କାର୍ଯ୍ୟକ୍ରମ ସମୟରେ ପରିବର୍ତ୍ତନ କରାଯାଇଛି । ଏହା ପ୍ରଧାନମନ୍ତ୍ରୀଙ୍କ 61ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ହେବ । ଚଳିତଥର ପିଏମ ମୋଦୀ ଛାତ୍ରଛାତ୍ରୀଙ୍କୁ ସନ୍ଦେଶ ଦେଇପାରନ୍ତି । ଫେବ୍ରୁଆରୀରେ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଜାନୁୟାରୀ 20ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପିଏମ ମୋଦୀ ସାରା ଦେଶର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ପୀରକ୍ଷା ସମ୍ପର୍କରେ ଚର୍ଚ୍ଚା କରିଥିଲେ । 

ଏହା ପୂର୍ବରୁ ଡିସେମ୍ୱର ମାସ 29ରେ ପିଏମ ମୋଦୀ ମନ୍‌ କି ବାତ୍‌ କରିଥିଲେ । ସେ ଯୁବକଙ୍କୁ କେନ୍ଦ୍ରରେ ରଖି କହିଥିଲେ ଯେ ଦେଶର ଯୁବକ ବିକାଶକୁ ପ୍ରାଥମିକତା ଦେଉଛନ୍ତି । ସେ ନାଗରିକତା ଆଇନ ବିରୋଧରେ ହୋଇଥିବା ପ୍ରଦର୍ଶନ କଥା ଉଲ୍ଲେଖ କରିଥିଲେ ।  

Subscribe

National International State Sports Entertainment