ଭାରତରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି, ଦେଶରେ ଏଯାଏଁ ପ୍ରାୟ ୮ ଲକ୍ଷ ୫୦ ହଜାର ଆକ୍ରାନ୍ତ ଚିହ୍ନଟ, ୨୨ ହଜାର ୬୦୦ ଟପିଲା ମୃତ୍ୟୁ ସଂଖ୍ୟା
Khabar Odisha:National-85-lakh-crossed-Corona-positive-in-India
ନୂଆଦିଲ୍ଲୀ, ଜୁଲାଇ 12 (ଖବର ଓଡ଼ିଶା):

 ସାରା ବିଶ୍ବକୁ କବଳିତ କରି ରଖିଛି ମହାମାରୀ କରୋନା । ଭାରତରେ ମଧ୍ୟ କରୋନା ସ୍ଥିତି ଅନିୟନ୍ତ୍ରିତ ହେଉଛି । ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଦିନକରେ ୨୮ ହଜାର ରୁ ଅଧିକ ଆକ୍ରାନ୍ତ ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୫୦ ହଜାର ନିକଟତର ବେଳେ ମୃତ୍ୟୁ ସଂଖ୍ୟା ୨୨ ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

 ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୪୯ ହଜାର ୫୫୩ ରେ ପହଂଚିଛି ।  ଭାରତରେ ୨୨ ହଜାର ୬୭୪ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୩୪ ହଜାର ୬୨୧ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୯୨ ହଜାର ୨୫୮ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୯୨ ହଜାର ୨୫୮ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୨୮ ହଜାର ୬୩୭ ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ରେକର୍ଡ ଭାଙ୍ଗିଛି । ଏହା ସହ ୫୫୧  ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣୟତ ହେଉଛି । ରାଜ୍ୟରେ ୨ ଲକ୍ଷ ୫୦ ହଜାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୧୦ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା ।

  • Tags:

Subscribe

National International State Sports Entertainment