ଦେଶରେ ବଢୁଛି କରୋନା ଚିନ୍ତା: ୮ ଲକ୍ଷ ୨୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଏଯାଏଁ ଗଲାଣି ୨୨ ହଜାରରୁ ଉର୍ଦ୍ଧ୍ବ ଜୀବନ , ମହାରାଷ୍ଟ୍ରରେ ସ୍ଥିତି ଅନିୟନ୍ତ୍ରିତ
Khabar Odisha:National-8-lakh-crossed-Corona-positive-in-India
ନୂଆଦିଲ୍ଲୀ, ଜୁଲାଇ 11(ଖବର ଓଡ଼ିଶା):

 ଭାରତରେ ଉଗ୍ର ରୂପ ନେଉଛି କରୋନା। ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଦିନକରେ ୨୭ ହଜାର ରୁ ଅଧିକ ଆକ୍ରାନ୍ତ ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୨ ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ବିଶ୍ଵର ୨୧୩ ଦେଶକୁ ବ୍ୟାପିଛି ମହାମାରୀ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୨୦ ହଜାର ୯୧୬ ରେ ପହଂଚିଛି ।  ଭାରତରେ ୨୨ ହଜାର ୧୨୩ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୧୫ ହଜାର ୩୮୬ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୮୩ ହଜାର ୪୦୭ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୮୩ ହଜାର ୪୦୭ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୨୭ ହଜାର ୧୧୪ ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ରେକର୍ଡ ଭାଙ୍ଗିଛି । ଏହା ସହ ୫୧୮  ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣୟତ ହେଉଛି । ରାଜ୍ୟରେ ୨ ଲକ୍ଷ ୪୦ ହଜାର ନିକଟତର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୯ ହଜାର ୮୦୦ ଟପିଲାଣି ମୃତ୍ୟୁ ସଂଖ୍ୟା ।

  • Tags:

Subscribe

National International State Sports Entertainment