ଭାରତରେ ସଂଘାତିକ ହେଉଛି କରୋନାସ୍ଥିତି: 7 ଲକ୍ଷ ନିକଟତର ହେଲା ସଂକ୍ରମିତଙ୍କ ସଂଖ୍ୟା, 19 ହଜାର 693 ଛୁଇଁଲା ମୃତ୍ୟୁ ସଂଖ୍ୟା
Khabar Odisha:National-7-lakh-nearer-Corona-positive-in-India
ନୂଆଦିଲ୍ଲୀ, ଜୁଲାଇ 6 (ଖବର ଓଡ଼ିଶା):

 ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତ ସାରା ବିଶ୍ୱରେ କରୋନା ପ୍ରଭାବିତ ଦେଶ ତାଲିକାରେ ଋଷ କୁ ପଛରେ ପକାଇ ୩ ୟ ସ୍ଥାନରେ ପହଂଚିଛି ।  ଆଜି ପୁଣି ୨୪ ହଜାର ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ନିକଟତର ବେଳେ ମୃତ୍ୟୁ ସଂଖ୍ୟା ୧୯ ହଜାର ୬୯୩ ଛୁଇଁଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଦେଶରେ ଭୟଙ୍କର ରୂପ ନେଇଛି  ମହାମାରୀ କରୋନା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ ଲକ୍ଷ ୯୭ ହଜାର ୪୧୩ ରେ ପହଂଚିଛି ।  ଭାରତରେ ୧୯ ହଜାର ୬୯୩ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୪ ଲକ୍ଷ ୨୪ ହଜାର ୪୩୩ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୪୪ ହଜାର ୮୧୪ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୫୩ ହଜାର ୨୮୭  ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୨୪ ହଜାର ୨୪୮ ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ରେକର୍ଡ ଭାଙ୍ଗିଛି।   ଏହା ସହ ୪୨୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। 

ମହାରାଷ୍ଟ୍ରରେ ସ୍ଥିତି ଵେକାବୁ ହେଉଛି । ମହାରାଷ୍ଟ୍ରରେ ୨ ଲକ୍ଷ ୬ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ୮ ହଜାର ୫୦୦ ପାର ହୋଇଛି । ଦିଲ୍ଲୀରେ ମଧ୍ୟ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଲକ୍ଷ ନିକଟତର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।

  • Tags:

Subscribe

National International State Sports Entertainment