ଜମ୍ମୁ କଶ୍ମୀର: ଆଜି ରାଜୌରୀରେ ଅମିତ ଶାହଙ୍କ ରାଲି, ମାତା ବୈଷ୍ଣୋଦେବୀଙ୍କୁ କରିବେ ଦର୍ଶନ
Khabar Odisha:Nation-Union-Home-Minister-Amit-Shah-to-be-on-three-day-visit-to-JK-from-Monday

ନୂଆଦିଲ୍ଲୀ/ଶ୍ରୀନଗର, ଅକ୍ଟୋବର ୦୪ (ଖବର ଓଡ଼ିଶା): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତିନିଦିନିଆ ଗସ୍ତରେ ଜମ୍ମୁ କଶ୍ମୀରରେ ଅଛନ୍ତି । ଗସ୍ତର ଦ୍ୱିତୀୟ ଦିନରେ ସେ ମଙ୍ଗଳବାର ରାଜୌରୀରେ ବିଶାଳ ରାଲି କରିବେ । ଏହା ପୂର୍ବରୁ ସେ ଆଜି ମାତା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ଶାହଙ୍କ ରାଲି ଓ ବୈଷ୍ଣୋଦେବୀ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗୃହମନ୍ତ୍ରୀ ଶ୍ରୀ ଶାହ ରାଜୌରୀ ଓ ପୁଂଛ ଜିଲ୍ଲାର ସୀମାରେ ରହୁଥିବା ପହରୀ ସଂପ୍ରଦାୟର ଲୋକଙ୍କୁ ଭେଟିବେ । 

ସୂଚନାଯୋଗ୍ୟ, ଅମିତ ଶାହ ସୋମବାର ସନ୍ଧ୍ୟାରେ ଜମ୍ମୁରେ ପହଂଚିଥିଲେ । ଏହି ଅବସରରେ ତାଙ୍କୁ କିଛି ପ୍ରତିନିଧି ଭେଟିଥିଲେ । ବରିଷ୍ଠ ବିଜେପି ନେତାଙ୍କୁ ଅମିତ ଶାହ ସାକ୍ଷାତ କରିପାରନ୍ତି । ସେ ଜମ୍ମୁ କଶ୍ମୀରରେ ରାଜନୈତିକ ସ୍ଥିତି ସଂପର୍କରେ ଅବଗତ ହୋଇପାରନ୍ତି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅମିତ ଶାହ ଆଜି ପ୍ରଥମେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବେ । ଏହା ପରେ ରାଜୌରୀ ସହରକୁ ଯାଇ ସେଠାରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିବେ । ରାଜୌରୀରେ ସମସ୍ତ କାର୍ଯ୍ୟକ୍ରମ ଶେଷ କଲାପରେ ସେ ଜମ୍ମୁକୁ ଫେରିଆସିବେ ଏବଂ ଜମ୍ମୁ-ଅଖନୌର ଫ୍ଲାଏଓଭର ଉଦଘାଟନ କରିବେ । ଏଥି ସହିତ ଶାହଙ୍କ କରକମଳରେ ଅନ୍ୟ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ ହେବ । ତା’ପରେ ଶ୍ରୀନଗର ଯିବା ପୂର୍ବରୁ ବିଜେପିର ଏକ ବୈଠକରେ ଅଧ୍ୟକ୍ଷତା କରିବେ । 

 

  • Tags:

Subscribe

National International State Sports Entertainment