କାଶୀ-ମହାକାଳ ଏକ୍ସପ୍ରେସ୍ ପରେ ଏବେ ରେଳବାଇ ଚଳାଇବ ରାମାୟଣ ସର୍କିଟ ଟ୍ରେନ୍‌
Khabar Odisha:Nation-With-Ramayana-themed-interiors-bhajans-new-train-set-to-be-launched

ନୂଆଦିଲ୍ଲୀ, ଫେବୃଆରୀ ୧୫ (ଖବର ଓଡ଼ିଶା): ରେଳବାଇ ହୋଲି ପରେ ରାମାୟଣ ସର୍କିଟ ଟ୍ରେନ୍ ଶୁଭାରମ୍ଭ କରିବାକୁ ଯାଉଛି। ଏହି ଟ୍ରେନ୍ ଭଗବାନ ରାମଙ୍କ ସହିତ ଜଡ଼ିତ ସ୍ଥାନଗୁଡ଼ିକୁ ଯୋଡ଼ିବ। ଆଇଆରସିଟିସି ଖୁବ ଶୀଘ୍ର ଏହାର ରୂପରେଖ ଜାରି କରିବ ବୋଲି ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି, ଯାତ୍ରୀମାନଙ୍କୁ ତୀର୍ଥ ଦର୍ଶନ କରାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଅତ୍ୟାଧୁନିକ ଟ୍ରେନ ଭିତରେ ଭଜନ-କୀର୍ତ୍ତନର ଅଡିଓ-ଭିଡିଓ ବ୍ୟବସ୍ଥା କରାଯିବ। ଏହି ଟ୍ରେନ ଆସନ୍ତା ମାର୍ଚ୍ଚ ୧୦ ପରେ ଶୁଭାରମ୍ଭ ହେବ। ଏହି ଟ୍ରେନରେ ମନ୍ଦିର ଭଳି ପରିବେଶ ସୃଷ୍ଟି କରାଯିବ।

ଏହି ଟ୍ରେନ ଦେଶର ବିଭିନ୍ନ ସ୍ଥାନକୁ ପହଞ୍ଚିବ। ଏହା ଦ୍ୱାରା ଯାତ୍ରୀମାନେ ସୁବିଧାରେ ଦର୍ଶନୀୟ ସ୍ଥାନଗୁଡ଼ିକ ସହଜରେ ବୁଲିଯାଇପାରିବେ। ଟ୍ରେନ ଭିତରେ ଓ ବାହାରେ ରାମାୟଣ କାହାଣୀ ଉପରେ ଆଧାରିତ ଚିତ୍ର ରହିବ। ଆଇଆରସିଟିସି ଏବେ ଏହି ଟ୍ରେନ ପାଇଁ ସୂଚୀ ଓ ପ୍ୟାକେଜ ଫାଇନାଲ କରିବାକୁ ପ୍ରସ୍ତୁତ ହେଉଛି। ହୋଲି ପରେ ଏହି ଟ୍ରେନ ଶୁଭାରମ୍ଭ ହୋଇପାରେ। ରେଳବାଇ ‘ଶ୍ରୀରାମ ଏକ୍ସପ୍ରେସ୍‌’ ନାମରେ ସ୍ପେଶାଲ ଟ୍ରେନ୍ ଚଳାଇଥିଲା। ଏହାର କ୍ଷମତା ୮୦୦ ଯାତ୍ରୀ ଥିଲା।

ଯାଦବ ଏହା ମଧ୍ୟ କହିଛନ୍ତି କି ବାରାଣସୀରୁ ଲଖନଉ ଏବଂ ଆହ୍ଲାବାଦ ରାସ୍ତାରେ ଇନ୍ଦୋର ପାଇଁ ଚାଲିବାକୁ ଥିବା କାଶୀ-ମହାକାଳ ଏକ୍ସପ୍ରେସ ଫେବୃୟାରୀ ୧୬ରେ  ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରୁ ଏହି ହମସଫର କ୍ଲାସଯୁକ୍ତ ଟ୍ରେନ୍‌କୁ ସବୁଜ ପତାକା ଦେଖାଇବେ। ଏସିଯୁକ୍ତ ଏହି ଟ୍ରେନ୍ ଫେବୃୟାରୀ ୨୦ରୁ ନିୟମିତ ଭାବେ ଚାଲିବ। ଦେଶର ତୃତୀୟ କର୍ପୋରେଟ ଟ୍ରେନ୍‌ର ପରିଚାଳନା ଦାୟିତ୍ୱ ଆଇଆରସିଟିସି ହାତରେ ରହିବ।

 

  • Tags:

Subscribe

National International State Sports Entertainment