ନୂଆଦିଲ୍ଲୀ, ଜାନୁଆରୀ ୧୮ (ଖବର ଓଡ଼ିଶା): ମେସେଜିଂ ଆପ୍ ‘ଟେଲିଗ୍ରାମ୍‘ ସୋମବାର ରାତିରେ ଡାଉନ୍ ହୋଇଛି। ୟୁଜର୍ସଙ୍କୁ ବହୁତ ଅସୁବିଧା ହୋଇଛି। ଏହାକୁ ନେଇ ୟୁଜର୍ସ ମାଇକ୍ରୋ ବ୍ଲଗିଂ ସାଇଟ୍ରେ ମଧ୍ୟ ଅଭିଯୋଗ କରିଛନ୍ତି। ଟେଲିଗ୍ରାମ ଭାରତ ସମେତ ଅନେକ ଦେଶରେ ପ୍ରାୟ ଘଣ୍ଟାଏ ଯାଏଁ ଡାଉନ୍ ହୋଇଥିଲା।
ଟେଲିଗ୍ରାମ୍ ଓପନ କରିବା ମାତ୍ରେ ଟପ୍ ସ୍କ୍ରିନ୍ରେ ଅପଡେଟିଂ ଉଲ୍ଲେଖ ରହିଥିଲା। ଟେଲିଗ୍ରାମ୍ ଡାଉନ୍ ଡିଟେକ୍ଟର ସାଇଟ୍ରେ ମଧ୍ୟ ରହିଛି। ଭାରତୀୟ ସମୟ ରାତି ୮ଟା ୧୯ ମିନିଟରୁ ଏହି ସମୟା ହୋଇଥିଲା। ଏହାକୁ ନେଇ ୟୁଜର୍ସ ବିରକ୍ତି ପ୍ରକାଶ ମଧ୍ୟ କରିଥିଲେ। କିନ୍ତୁ ପରେ ଠିକ୍ ଭାବେ ଚାଲିଥିଲା।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୪ ତାରିଖରେ ସମୟରେ ସାମାଜିକ ଗଣମାଧ୍ୟମର ଲୋକପ୍ରିୟ ମାଧ୍ୟମ ଫେସ୍ବୁକ୍, ହ୍ବାଟ୍ସଆପ ଓ ଇନ୍ଷ୍ଟାଗ୍ରାମ୍ ଡାଉନ୍ ହୋଇଥିଲା। ଫଳରେ ଏହାର ୟୁଜର୍ସଙ୍କ ଚିନ୍ତା ବଢ଼ିଯାଇଥିଲା। ସେହି ସମୟରେ ଟେଲିଗ୍ରାମ୍ର ୟୁଜର୍ସଙ୍କ ସଂଖ୍ୟା ବଢ଼ିଯାଇଥିଲା।