ଗବେଷଣା: କରୋନାର ଦକ୍ଷିଣ ଆଫ୍ରିକ୍ରୀୟ ଷ୍ଟ୍ରେନ୍‌ ବିପଦପୂର୍ଣ୍ଣ, ଆଣ୍ଟିବଡ଼ିକୁ ଦେଉଛି ବାଧା
Khabar Odisha:Nation-South-African-covid-variant-is-more-vulnerable-because-is-can-escape-the-immune-system

ନୂଆଦିଲ୍ଲୀ, ଜାନୁଆରୀ ୨୦ (ଖବର ଓଡ଼ିଶା): କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ସାମ୍ନାକୁ ଆସିଛି। ଇଂଲଣ୍ଡରେ କରୋନା ଭାଇରସ୍‌ ମ୍ୟୁଟେଟ୍‌ ହୋଇ ଅଧିକ ବିପଦପୂର୍ଣ୍ଣ ରୂପ ନେଇଛି। ଏହାରି ମଧ୍ୟରେ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ୍‌ ଅଧିକ ବିପଦପୂର୍ଣ୍ଣ। କାରଣ ଏହା ଆଣ୍ଟିବଡ଼ିକୁ ଆଘାତ ଦେଉଥିବା ବେଳେ ରୋଗପ୍ରତିଷେଧକ କ୍ଷମତା ବଢ଼ାଇ ପାରୁନାହିଁ।
କରୋନା ଭାଇରସର ସଂକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ମଧ୍ୟ ନୂଆଁ ଷ୍ଟ୍ରେନ୍‌ ସଂକ୍ରମିତ କରିପାରେ। କାରଣ ଏହା ଶରୀରର ରୋଗ ପ୍ରତିଷେଧକକୁ ଧୋକା ଦେବାରେ ସକ୍ଷମ। ଫଳରେ କରୋନା ବିରୋଧରେ ଆଣ୍ଟିବଡ଼ି କରିସାରିଥିବା ଶରୀରକୁ ପୁଣି ଥରେ ସଂକ୍ରମିତ ଓ ରୋଗ ବଢ଼ାଇପାରେ।
ଦକ୍ଷିଣ ଆଫ୍ରିକାର ଗବେଷକ ପ୍ରଫେସର ପେନୀ ମୂର କରୋନାର ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ଶରୀରରେ ଆଣ୍ଟିବଡ଼ି ସୃଷ୍ଟି କରିଛି, ତାହେଲେ ସେହି ବ୍ୟକ୍ତିକୁ ସଂକ୍ରମିତ କରିପାରେ। ଏହାର ଅର୍ଥ ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିପାରେ। ଦକ୍ଷିଣ ଆଫ୍ରିକାର ଲୋକେ ନୂଆ ଷ୍ଟ୍ରେନର କରୋନାକୁ ନେଇ ଚିନ୍ତିତ ଅଛନ୍ତି। କାରଣ ଏହି ଷ୍ଟ୍ରେନରେ ସଂକ୍ରମିତ ହୋଇଥିବା ୪୮ ପ୍ରତିଶତ ଲୋକ ପୂର୍ବରୁ ମଧ୍ୟ ସଂକ୍ରମିତ ହୋଇଥିଲେ।

  • Tags:

Subscribe

National International State Sports Entertainment