ଗୁଜରାଟ ଦଙ୍ଗାକୁ ୧୯ ବର୍ଷ: ଗୋଧ୍ରା ଷ୍ଟେସନରେ ଶ୍ରଦ୍ଧାଳୁଙ୍କ ଟ୍ରେନରେ ନିଆଁ ଲଗାଇଥିଲେ ଦୁର୍ବୃତ୍ତ
Khabar Odisha:Nation-Sabarmati-express-train-burning-Godhra-station-59-Karsewak-killed--2002-February-27

ଅହମଦାବାଦ, ଫେବୃଆରୀ ୨୭ (ଖବର ଓଡ଼ିଶା): ୧୯ ବର୍ଷ ପୂର୍ବରୁ ଅର୍ଥାତ ୨୦୦୨ରେ ଆଜିର ଦିନରେ ଗୋଧ୍ରା କାଣ୍ଡ ହୋଇଥିଲା । ଏହା ପରେ ଫେବ୍ରୁଆରୀ ୨୭ ତାରିଖ ଏକ ଦୁଃଖଦ ଘଟଣା ସହିତ ଇତିହାସରେ ପୃଷ୍ଠାରେ ଯୋଡ଼ି ହୋଇଯାଇଥିଲା । ଗୁଜରାଟର ଗୋଧ୍ରା ଷ୍ଟେସନରୁ ଛାଡୁଥିବା ସାବରମତୀ ଏକ୍ସପ୍ରେସ ଟ୍ରେନର ଏକ ବଗିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ଅଯୋଧ୍ୟାରୁ ଫେରୁଥିବା ୫୯ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଗୁଜରାଟରେ ଦଙ୍ଗା ହୋଇଥିଲା । 

ସାବରମତୀ ଏକ୍ସପ୍ରେସରେ ହିନ୍ଦୁ ତୀର୍ଥଯାତ୍ରୀ ଅଯୋଧ୍ୟାରୁ ଫେରୁଥିଲେ । ଗୁଜରାଟର ପଂଚମହଲ ଜିଲ୍ଲାର ଗୋଧ୍ରା ଷ୍ଟେସନ ପହଂଚିବା ପରେ ଦୁର୍ବୃତ୍ତମାନେ ଚେନ ଟାଣି ଟ୍ରେନକୁ ଅଟକାଇଥିଲେ । ଏହା ପରେ ପଥରମାଡ଼ ମଧ୍ୟ କରିଥିଲେ । ଟ୍ରେନର ଏକ ବଗିରେ ନିଆଁ ସଂଯୋଗ କରିଦେଇଥିଲେ । ଟ୍ରେନର ଏସ୍‌-୬ ବଗିରେ ନିଆଁ ଲାଗିବା ପରେ ଏଥିରେ ଥିବା ୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । 

ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ୨୦୦୨ରେ ପୂର୍ଣ୍ଣାହୁତି ମହାଯଜ୍ଞର ଆୟୋଜନ କରାଯାଇଥିଲା । ଅଯୋଧ୍ୟାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନିଜ ନିଜ ଘରକୁ ଫେରୁଥିଲେ । ସାବରମତୀ ଏକ୍ସପ୍ରେସ ଟ୍ରେନରେ ପାଖାପାଖି ୧୭୦୦ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁ ଯାତ୍ରୀ ଥିଲେ । ଟ୍ରେନ ଫେବ୍ରୁଆରୀ ୨୭ ତାରିଖ ସକାଳ ୭ଟା ୪୩ ମିନିଟରେ ଗୋଧ୍ରା ଷ୍ଟେସନରେ ପହଂଚିଥିଲା । ଦୁର୍ବୃତ୍ତମାନେ ଚେନ ଟାଣି ଟ୍ରେନକୁ ଅଟକାଇବା ପରେ ନିଆଁ ଲଗାଇ ଦେଇଥିଲେ । 

ଏହି ଘଟଣାରେ ୧୫୦୦ ଅଭିଯୁକ୍ତଙ୍କ ନାଁରେ ଏତଲା ହୋଇଥିଲା । ଏହି ଘଟଣା ପରେ ପୂରା ଗୁଜୁରାଟରେ ଦଙ୍ଗା ଦେଖାଯାଇଥିଲା । ସ୍ଥିତି ବିଗିଡ଼ିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଲୋକଙ୍କୁ ଶାନ୍ତି ପ୍ରତିଷ୍ଠା ଲାଗି ଅପିଲ କରିଥିଲେ । 

 

  • Tags:

Subscribe

National International State Sports Entertainment