ମୁମ୍ବାଇ ଆକ୍ରମଣ: ମାଷ୍ଟରମାଇଣ୍ଡ ସାଜିଦ ମୀର ଗିରଫ, ମୃତ ବୋଲି ଘୋଷଣା କରିଥିଲା ପାକିସ୍ତାନ ସରକାର
Khabar Odisha:Nation-Pakistan-holds-Sajid-Meer-dead-alleged-mastermind-2008-Mumbai-attacks

ମୁମ୍ବାଇ, ଜୁନ୍ ୨୫ (ଖବର ଓଡ଼ିଶା): ପାକିସ୍ତାନ ୨୦୦୮ର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ସାଜିଦ ମୀରକୁ ଗିରଫ କରିଛି । ଲାହୋରର ଏକ ଆଣ୍ଟି ଟେରୋରିଜିମ କୋର୍ଟ ସାଜିଦ ମୀରକୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛି । ଆତଙ୍କବାଦୀଙ୍କ ସହିତ ଜଣେ ବରିଷ୍ଠ ଆଇନଜୀବୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଚଳିତ ମାସ ଆରମ୍ଭରେ ଲାହୋରରେ ଜଣେ ଆତଙ୍କବାଦୀ ସଂପର୍କିତ ଅଦାଲତ ଲଶ୍କର-ଏ-ତଇବାର ଜଣେ ଆତଙ୍କବାଦୀ ସାଜିଦ ମୀରକୁ ୧୫ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆତଙ୍କବାଦୀଙ୍କୁ ପାଣ୍ଠୀ ଯୋଗାଇବା ମାମଲାରେ ଏହି ଦଣ୍ଡ ହୋଇଛି । 

ସୂଚନାଯୋଗ୍ୟ, ସାଜିଦ ମୀର ଏଫବିଆଇର କୁଖ୍ୟାତ ଆତଙ୍କବାଦୀ ତାଲିକାରେ ଥିଲା । ପାକିସ୍ତାନ ସବୁବେଳେ ସାଜିଦ ମୀରର ଉପସ୍ଥିତିକୁ ଅସ୍ୱୀକାର କରୁଥିଲା । ପାକିସ୍ତାନୀ ସରକାର ଦାବି କରୁଥିଲା ଯେ, ସାଜିଦର ମୃତ୍ୟୁ ହୋଇସାରିଛି । ଆମେରିକୀୟ ସଂସ୍ଥା ଏଫବିଆଇ ସାଜିଦ ମୀର ନାଁରେ ୫ ଲକ୍ଷ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା । ମୁମ୍ବାଇର ୨୬/୧୧ ଆକ୍ରମଣରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାଦିନ ଆତଙ୍କବାଦୀମାନେ ହୋଟେଲ ତାର, ଟ୍ରାଇଡେଣ୍ଟ ଉପରେ ଅତର୍କିତ ଭାବେ ଗୁଳିବର୍ଷା କରିଥିଲେ । 

 

  • Tags:

Subscribe

National International State Sports Entertainment