ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡ଼ିଶା): ଦେଶବ୍ୟାପୀ ଆଜିଠାରୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ୍ ଲାଗୁ ହେବ । ଏହାର ଅର୍ଥ ପ୍ଲାଷ୍ଟିରୁୁ ପ୍ରସ୍ତୁତ ଜିନିଷ ମିଳିବା କଷ୍ଟ ହେବ । ଏଥିରେ ନିତ୍ୟ ବ୍ୟବହାର୍ଯ୍ୟରେ ହେଉଥିବା ଜିନିଷ ମଧ୍ୟ ସାମିଲ ରହିଛି । କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଏଥି ପାଇଁ ଏକ ତାଲିକା ଜାରି କରିଛନ୍ତି । ବ୍ୟବହାରକାରୀ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏକକ ବ୍ୟବହାର ପ୍ଲାଷ୍ଟିକ୍ ଅର୍ଥାତ ପ୍ଲାଷ୍ଟିକରୁ ଉତ୍ପାଦିତ ଜିନିଷ କେବଳ ଗୋଟିଏ ଥର ବ୍ୟବହାର ହୋଇଥାଏ । ଏହା ପରେ ଆମେ ଏହାକୁ ବାହାରକୁ ଫିଙ୍ଗି ଦେଇଥାଉ । ଏହା ଦ୍ୱାରା ପରିବେଶ ଉପରେ ବଡ଼ ପ୍ରଭାବ ପଡ଼ିଥାଏ । କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତାଲିକାରେ ପ୍ଲାଷ୍ଟିକ ଚାମତ, ବେଲୁନ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟିକ୍, ଆଇସ୍କ୍ରିମ ଷ୍ଟିକ୍, ପ୍ଲାଷ୍ଟିକ ଛୁରୀ, ମିଠା ପ୍ୟାକରେ ବ୍ୟବହୃତ ପଲିଥିନ, ଥର୍ମକୁଲ, ସିଗାରେଟ ପ୍ୟାକେଟ, ପିଭିସି ପାଇପ, ପ୍ଲାଷ୍ଟିକ ଗ୍ଲାସ ଓ କପ, ଡେକୋରେସନ ପାଇଁ ବ୍ୟବହୃତ ରଂଗୀନ ପଲିଥିନ, ଷ୍ଟ୍ର, ଟ୍ରେ, ପ୍ଲେଟ ଆଦି ।