ଆଦିବାସୀମାନେ ହେଉଛନ୍ତି ଦେଶର ସ୍ଥାୟୀ ଅଧିବାସୀ: ଶରଦ ପାୱାର
Khabar Odisha:Nation-Madhya-Pradesh-Tribals-are-original-inhabitants-of-country-says-NCP-chief-Sharad-Pawar

ଇନ୍ଦୋର, ଜାନୁଆରୀ ୨୭ (ଖବର ଓଡ଼ିଶା): ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର କହିଛନ୍ତି, ଆଦିବାସୀମାନେ ହେଉଛନ୍ତି ଦେଶର ସ୍ଥାୟୀ ଅଧିବାସୀ । ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶରଦ ପାୱାର ରବିବାର ଏହା କହିଛନ୍ତି । ପାୱାର କେନ୍ଦ୍ରୀୟ ଭାରତର ଲୋକଙ୍କ ସାମ୍ବିଧାନିକ ଅଧିକାର ଉପରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି କି, ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଆମେ ସେମାନଙ୍କ ଦାବିକୁ ସମର୍ଥନ ଜଣାଉଛୁ । 

ଆଦିବାସୀମାନେ ହେଉଛନ୍ତି ଦେଶର ସ୍ଥାୟୀ ଅଧିବାସୀ । ଏଥିପାଇଁ ତାଙ୍କୁ ଆଧିକାରିକ ଭାବେ ସ୍ୱୀକୃତି ମିଳିବା ଦରକାର । ଏହି ପ୍ରସଙ୍ଗରେ ଆମେ ଆଦିବାସୀଙ୍କ ଦାବିକୁ ସମର୍ଥନ କରୁଛୁ ବୋଲି ପାୱାର କହିଛନ୍ତି । ଆଦିବାସୀମାନେ ହେଉଛନ୍ତି ପ୍ରକୃତ ହିରୋ । ସେମାନେ ଦେଶକୁ ସଠିକ ମାର୍ଗରେ ନେଇପାରିବେ ବୋଲି ତାନ୍ତିଆ ଭିଲଙ୍କ ୧୭୫ତମ ଜୟନ୍ତୀ ଅବସରରେ ପାୱାର ଏହା କହିଛନ୍ତି । 

 

  • Tags:

Subscribe

National International State Sports Entertainment