କଶ୍ମୀରରେ ଆତଙ୍କବାଦୀଙ୍କ ରକ୍ତର ଖେଳ ଜାରି, ଅଣକଶ୍ମୀର ଲୋକଙ୍କୁ କରୁଛନ୍ତି ଟାର୍ଗେଟ!
Khabar Odisha:Nation-Target-killing-in-Kashmir-Golgappa-seller-Arvind-murder-by-terrorists

ଶ୍ରୀନଗର, ଅକ୍ଟୋବର ୧୭ (ଖବର ଓଡ଼ିଶା): ବିଗତ କିଛି ଦିନ ହେଲା ଜମୁ କଶ୍ମୀରରେ ଆତଙ୍କବାଦୀମାନେ ରକ୍ତମୁଖା ହୋଇଛନ୍ତି। ସେନାର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀମାନେ ବିଚଳିତ ହୋଇ ଜଘନ୍ୟ କାଣ୍ଡ କରୁଥିବା ଦେଖାଯାଉଛି। ଆତଙ୍କବାଦୀମାନେ ସାଧାରଣ ନାଗରିକ ଓ ଅଣକଶ୍ମୀରବାସୀଙ୍କୁ ଟାର୍ଗେଟ କରୁଥିବା ପରିଲକ୍ଷିତ ହେଉଛି। 

ଜମୁ କଶ୍ମୀରରେ ସେନାର ଅପରେଶନ ଅଲଆଉଟ ଦ୍ବାରା ଆତଙ୍କବାଦୀମାନେ ବିଚଳିତ ହୋଇ ଉଠିଛନ୍ତି। ଆତଙ୍କବାଦୀମାନେ ଲଗାତାର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ପ୍ରଥମେ ଜନସାଧାରଣଙ୍କୁ ଏବଂ ଏବେ ଅଣକଶ୍ମୀରବାସୀଙ୍କୁ ଟାର୍ଗେଟ କରୁଛନ୍ତି। ଶନିବାର ପୁଣି ଥରେ ଆତଙ୍କବାଦୀମାନେ ୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି।  ଯେଉଁ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା, ଯେଉଁମାନେ କି ପାକିସ୍ତାନର ସମର୍ଥକ ଅଥବା ଆତଙ୍କବାଦୀଙ୍କୁ ସମର୍ଥନ କରୁ ନଥିଲେ। 

ଜଣେ ଗୁପଚୁପ ବିକାଳୀ, ଔଷଧ ଦୋକାନ ପରିଚାଳନା କରୁଥିବା କଶ୍ମୀର ପଣ୍ଡିତ, ସ୍କୁଲ ଶିକ୍ଷକ, କାଠ କାମ କରୁଥିବା ଜଣେ ବଢ଼େଇଙ୍କୁ ବିଗତ ଦିନରେ ହତ୍ୟା କରାଯାଇଛି। ସେହିପରି ଆତଙ୍କବାଦୀମାନେ ବିହାର ନିବାସୀ ଅରବିନ୍ଦ କୁମାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଅରବିନ୍ଦ ଗୁପଚୁପ ବିକ୍ରି କରି ନିଜର ପରିବାର ଚଳାଉଥିଲେ। କିଛି ଆତଙ୍କବାଦୀ ଅଚାନକ ପହଂଚି ତାଙ୍କୁ ଗୁଳିକରି ଥିଲେ। ତାଙ୍କ ପରିବାର ବିହାରର ବାଙ୍କାରେ ରହୁଥିଲେ। ବାପା,ମା’ଓ ୩ ଭାଇଙ୍କୁ ଛାଡ଼ି ସେ ଶ୍ରୀନଗରରେ କାମ କରିବାକୁ ଆସିଥିଲା। କିନ୍ତୁ ଆତଙ୍କବାଦୀମାନେ ଏହି ୨୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିଲେ। 

 

  • Tags:

Subscribe

National International State Sports Entertainment