ଦରଦୀ ହୃଦୟ ଦେଖାଇଲା ସେନା: ବରଫ ଉପରେ ୬ କିମି ଚାଲି ମହିଳା-ନବଜାତଙ୍କୁ ଘରେ ପହଂଚାଇଲେ ଯବାନ
Khabar Odisha:Nation-Indian-army-soldiers-carried-woman-and-newborn-on-hers-shoulders-to-the-house-in-Kupwara

ଶ୍ରୀନଗର, ଜାନୁଆରୀ ୨୪ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରରେ ସେନା କେବଳ ଆତଙ୍କବାଦୀ ବିରୋଧରେ ଅପରେଶନ କରୁ ନାହିଁ । ସେନା ପାଖରେ ଆହୁରି ଅନେକ ଗୁଡ଼ି ଲୋକକଲ୍ୟାଣ ମୂଳକ କାମ ରହିଛି, ଯେଉଁଥି ପାଇଁ ଭାରତୀୟ ସେନା ସବୁବେଳେ ଚର୍ଚ୍ଚାରେ ରହିଆସିଛି । କିଛି ଦିନ ହେବ କଶ୍ମୀରରେ ପ୍ରବଳ ତୁଷାରପାତ ଦେଖାଯାଇଛି । ଏହାରି ମଧ୍ୟରେ ସେନା ଲୋକଙ୍କୁ ସହାୟତା ପ୍ରଦାନ କରିଆସୁଛି । ଶନିବାର କୁପୱାଡା ଜିଲ୍ଲାର ଲୋଲାବରେ ଜଣେ ମହିଳା ଓ ତାଙ୍କର ନବଜାତ ଶିଶୁଙ୍କୁ କାନ୍ଧରେ ଉଠାଇ ୬ କିଲୋମିଟର ଯାଏଁ ପାଦରେ ଚାଲି ଚାଲି ତାଙ୍କୁ ଘରେ ପହଂଚାଇଛି । ଏହାକୁ ସ୍ଥାନୀୟ ଅଂଚଳରେ ବହୁ ପ୍ରଶଂସା କରାଯାଉଛି । 

ସୂଚନା ଅନୁସାରେ ସେନାର ୨୮ଆରଆରକୁ ଫୋନରେ ସହାୟତା ମଗାଯାଇଥିଲା । ଫାରୁକ କସାନା ନିବାସୀ ଦର୍ଦପୋରା ଲୋଲାବ ସେନାର ଅଧିକାରୀଙ୍କୁ ଫୋନ କରିଥିଲେ । ସେ କହିଥିଲେ ଯେ, ଏବେ ହସ୍ପିଟାଲରେ ଅଛନ୍ତି । ତାଙ୍କର ପତ୍ନୀ ନବଜାତକୁ ଜନ୍ମ ଦେଇଛନ୍ତି । କିନ୍ତୁ ସେ ଘରକୁ ପହଂଚିପାରୁ ନାହାନ୍ତି । କାରଣ ତୁଷାରପାତ ଜାରି ରହିଛି । ସଡ଼କ ବନ୍ଦ ରହିଛି । ସାହାଯ୍ୟ ମଗାଯିବା ପରେ ୨୮ଆରଆରର ଅଧିକାରୀ ତୁରନ୍ତ ଏକ ପଠାଇଥିଲେ । ଅଧିକାରୀଙ୍କ ଆଦେଶ ମିଳିବା ପରେ ସେନାର ଏକ ଟିମ ହସ୍ପିଟାଲରେ ପହଂଚିଥିଲେ । 

ଯବାନମାନେ ମହିଳା ଓ ନବଜାତକୁ କାନ୍ଧରେ ଉଠାଇଥିଲେ । ପ୍ରବଳ ତୁଷାରପାତ ଯୋଗୁଁ ବରଫ ଉପରେ ୬ କିଲୋମିଟର ଯାଏଁ ଚାଲିବା କଷ୍ଟସାଧ୍ୟ ହୋଇପଡ଼ିଥିଲା । କିନ୍ତୁ ଯବାନମାନେ ଦୃଢ଼ ମନରେ ନିଜର ସାହାସ ଦେଖାଇଥିଲେ । ସେନାର ଏହି ପଦକ୍ଷେପକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଉଛି । ସେନା ଅଧିକାରୀ କହିଛନ୍ତି, ସେନା ବିପଦରେ ପଡ଼ିଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ସବୁବେଳେ ପ୍ରସ୍ତୁତ । ଏଥିପାଇଁ ଫୋନ ଆସିବା ପରେ ଟିମ ତୁରନ୍ତ ହସ୍ପିଟାଲ ପହଂଚିଥିଲେ । 

 

  • Tags:

Subscribe

National International State Sports Entertainment