ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନରେ ଭାରତୀୟ ସେନାର ଜଣେ ଯବାନ ସଦିଦ, ୨ ଆହତ
Khabar Odisha:Nation-Indian-Army-jawan-killed-officer-among-two-injured-in-Pakistan-ceasefire-violation-along-LoC-in-JK

ଶ୍ରୀନଗର, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): ପାକିସ୍ତାନ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏଥିରେ ଜଣେ ଅଧିକାରୀ ସମେତ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଥିବା ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗତକାଲି ଅସ୍ତ୍ରବିତରତି ଉଲ୍ଲଂଘନ କରିଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । 

ରିପୋର୍ଟ ଅନୁସାରେ ପାକିସ୍ତାନର ସେନା ମଙ୍ଗଳବାର ଅପରାହ୍ନରେ ଅସ୍ତ୍ରବିତରତି ଉଲ୍ଲଂଘନ କରିଥିଲା । ମୋର୍ଟାର ଓ ବନ୍ଧୁକ ଦ୍ୱାରା ସେ ଭାରତୀୟ ସୀମାକୁ ଲକ୍ଷ୍ୟ କରି ଗୁଳି ଚାଳନ କରିଥିଲା । ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖାର ସୁନ୍ଦରବେଣୀ ସେକ୍ଟରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା । ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା । 

 

  • Tags:

Subscribe

National International State Sports Entertainment