କଶ୍ମୀର ପ୍ରସଙ୍ଗ: ବ୍ରିଟିଶ ସାଂସଦଙ୍କ ସହଯୋଗରେ ଭ୍ରମ ସୃଷ୍ଟି କରୁଛି ପାକିସ୍ତାନ, ବ୍ରିଟେନ ଦେଲା ସ୍ପଷ୍ଟିକରଣ
Khabar Odisha:Nation-India-gave-strong-reaction-at-false-assertions-in-uk-parliament-Kashmir-debate

ଲଣ୍ଡନ, ଜାନୁଆରୀ ୧୫ (ଖବର ଓଡ଼ିଶା): କଶ୍ମୀର ପ୍ରସଙ୍ଗରେ ପ୍ରତ୍ୟେକ ସ୍ଥାନରୁ ଧକ୍କା ମିଳିବା ପରେ ପାକିସ୍ତାନ ଏବେ ବ୍ରିଟିଶ ସାଂସଦଙ୍କ ସହଯୋଗରେ ଭ୍ରମ ସୃଷ୍ଟି କରୁଛି । ବ୍ରିଟେନ ସଂସଦରେ କଶ୍ମୀର ପ୍ରସଙ୍ଗରେ ହୋଇଥିବା ବିତର୍କରେ କିଛି ସାଂସଦ ଭୁଲ ଏବଂ ଭ୍ରାନ୍ତିମୂଳକ ତଥ୍ୟ ଉପସ୍ଥାପନ କରିଥିଲେ । ପାକିସ୍ତାନ ଦ୍ୱାରା ଏହା ଷଡ଼ଯନ୍ତ୍ର ହୋଇଥିବା କୁହାଯାଉଛି । ମାତ୍ର ଭାରତ ଏହାକୁ ତୀବ୍ର ବିରୋଧ କରିଛି । ନୂଆଦିଲ୍ଲୀ ତରଫରୁ କୁହାଯାଇଛି ଯେ, ବ୍ରିଟିଶ ସାଂସଦଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ତଥ୍ୟ ଭୁଲ ଅଟେ ଏବଂ ପାକିସ୍ତାନ ନିଜର ଖରାପ ପ୍ରଚାର ଅଭିଯାନ ମାଧ୍ୟମରେ ବ୍ରିଟିଶ ସାଂସଦଙ୍କୁ ସଂପର୍କିତ ତଥ୍ୟ ଉପଲବ୍ଧ କରାଇଛି ।  

ଭାରତ ବିରୋଧରେ ପାକିସ୍ତାନର ଷଡ଼ଯନ୍ତ୍ର ଆଶଙ୍କା କରାଯିବାର କାରଣ ହେଲା ଯେ, ଏଥି ପାଇଁ ତାକୁ ବଳ ମିଳୁଛି । ଯେଉଁ ବ୍ରିଟିଶ ସାଂସଦମାନେ ବିତର୍କରେ ଅଂଶଗ୍ରହଣ କରିଥିଲେ, ସେମାନେ ସାଧାରଣତଃ ସଂସଦୀୟ ବିତର୍କରୁ ଦୂରରେ ରହିଥାନ୍ତି । ଏହି ବିତର୍କ ବ୍ରିଟେନର ହାଉସ ଅଫ କମର୍ସସ୍ଥିତ ୱେଷ୍ଟମିଷ୍ଟର ହଲରେ ବୁଧବାର ଆୟୋଜନ କରାଯାଇଥିଲା । ଲଣ୍ଡନସ୍ଥିତ ଭାରତୀୟ ଦୂତାବାସ ତରଫରୁ କୁହାଯାଇଛି ଯେ, ଏହି ବିତର୍କର ମୂଳ ଲକ୍ଷ୍ୟ ହେଲା ଯେ, ଭାରତ ବିରୋଧରେ ଭ୍ରମ ସୃଷ୍ଟି କରିବା । 

ଭାରତୀୟ ଦୂତାବାସ ସଂସଦରେ ହୋଇଥିବା ବିତର୍କ ନେଇ କହିଛି ଯେ, ଭାରତର କେନ୍ଦ୍ରଶାସିତ ରାଜ୍ୟ ଜମ୍ମୁ-କଶ୍ମୀର ଉପରେ ଯେତେବେଳେ ପ୍ରଶ୍ନ ଉଠୁଛି, ସେ ବିଷୟରେ ତଥ୍ୟାତ୍ମକ ସୂଚନା ଜନତାଙ୍କ ନିକଟରେ ଅଛି । ଏହି ମାମଲାରେ ତୃତୀୟ ଦେଶ ବିଶ୍ୱାସ କରି ଖରାପ ପ୍ରଚାର କରିବା ଯୁକ୍ତିଯୁକ୍ତ ନୁହେଁ । ଭାରତର ବିରୋଧ ପରେ ବ୍ରିଟେନ ନିଜର ସ୍ପଷ୍ଟିକରଣ ଦେଇଛି । ବ୍ରିଟେନ କହିଛି ଯେ, ସାଂସଦଙ୍କ ବିଚାର କଶ୍ମୀର ଉପରେ ବ୍ରିଟେନ ସରକାରଙ୍କ ଚିନ୍ତା ପ୍ରଦର୍ଶିତ କରନ୍ତି ନାହିଁ । ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି କରିବାକୁ ଚାହୁଁନାହିଁ ବ୍ରିଟେନ । କିନ୍ତୁ ଏତିକି କୁହାଯାଇପାରିବ ଯେ, ନିୟନ୍ତ୍ରଣ ରେଖା ନିକଟରେ ଉଭୟ ଦେଶର ମାନବାଧିକାର ସ୍ଥିତି ଚିନ୍ତାଜନକ । ଏହା ଦ୍ୱିପାକ୍ଷୀକ ପ୍ରସଙ୍ଗ ହୋଇଥିବାରୁ ଭାରତ ଓ ପାକିସ୍ତାନ ସମାଧାନ ପାଇଁ ଆଲୋଚନା କରିବା ଦରକାର । 

 

  • Tags:

Subscribe

National International State Sports Entertainment