ଦ୍ୱିତୀୟ ବିବାହ କଲେ ଆଇଏଏସ୍ ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ଅତହର ଅମୀର
Khabar Odisha:Nation-IAS-Tina-dabi-ex-husband-Athar-Amir-khan-married-to-Dr-Mehreen-Qazi

ନୂଆଦିଲ୍ଲୀ, ଅକ୍ଟୋବର ୦୪ (ଖବର ଓଡ଼ିଶା): ଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ଓ ଶ୍ରୀନଗର ମ୍ୟୁନିସିପାଲ କର୍ପୋରେଶନର କମିଶନସର ଆଇଏଏସ୍ ଅତହର ଅମୀର ଖାନ୍ ଦ୍ୱିତୀୟ ବିବାହ କରିଛନ୍ତି ଏବଂ ସେ ଜମ୍ମୁ କଶ୍ମୀରର ଡାକ୍ତର ମହରୀନ କାଜୀଙ୍କୁ ନିଜର ଅର୍ଦ୍ଧାଙ୍ଗିନୀ ସଜାଇଛନ୍ତି । ଅତହର ଅମୀର ଏବଂ ମହରୀନଙ୍କ ବିବାହର ଭିଡିଓ ସାମ୍ନାକୁ ଆସିଛି । ଅତହର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କର ସମର୍ଥକମାନେ ଶୁଭେଚ୍ଛା ଜଣାଇଛନ୍ତି । 

ବିବାହର ଭିଡିଓରେ ଅତହର ଅମିର ଏବଂ ମହରୀନ କାଜିଙ୍କ ଲୁକ ଲୋକଙ୍କୁ ପସନ୍ଦ ଆସିଛି । ଦଂପତି ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଉଭୟ ସୁନ୍ଦର ପୋଷାକ ପିନ୍ଧିଛନ୍ତି । ଅତହର କ୍ରିମ କଲର ଶେରୱାନୀ ପିନ୍ଧିଥିବା ବେଳେ ମହରୀନ କାଜୀ ଲେହଙ୍ଗାରେ ସଜେଇ ହୋଇଛନ୍ତି । 

ସୂଚନାଯୋଗ୍ୟ, ଅତହର ଅମିର ଖାନ ପୂର୍ବରୁ ଆଇଏଏସ୍ ଅଧିକାରୀ ଟିନା ଡାବୀଙ୍କୁ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରି ନ ଥିଲା । ସେମାନେ ଅଲଗା ହୋଇଯିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୫ର ୟୁପିଏସ୍‌ସି ପରୀକ୍ଷାରେ ଟୀନା ଡାବି ପ୍ରଥମ ସ୍ଥାନ ହାସଲ କରିଥିଲେ । ଅଲ ଇଣ୍ଡିଆ ରାଙ୍କରେ ଅତହର ୨ୟ ସ୍ଥାନ ପାଇଥିଲେ । ତଲାକ ପରେ ଟିନା ଡାବି ଦ୍ୱିତୀୟ ବିବାହ କରିସାରିଛନ୍ତି । ସେ ରାଜସ୍ଥାନର ବରିଷ୍ଠ ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ନିଜର ଜୀବନସାଥୀ କରିଛନ୍ତି । 

ଡାକ୍ତର ମହରୀନ କାଜୀ ଜମ୍ମୁ କଶ୍ମୀର ନିବାସୀ ଅଟନ୍ତି । ସେ ପେଶାରେ ଜଣେ ଡାକ୍ତର । କିନ୍ତୁ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟ । ମହରୀନ ବର୍ତ୍ତମାନ ଦିଲ୍ଲୀର ରାଜୀବ ଗାନ୍ଧୀ କ୍ୟାନସର ପ୍ରତିଷ୍ଠାନ ଏବଂ ଅନୁସନ୍ଧାନରେ ସାଇଣ୍ଟିଫିକ ଅଧିକାରୀ ଅଛନ୍ତି । 

 

  • Tags:

Subscribe

National International State Sports Entertainment