ଶ୍ରୀନଗରରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବିହାରରେ ଫୁଲୁଛି ନଦୀ, ରାଜସ୍ଥାନରେ ମୁସଲଧାରା
Khabar Odisha:Nation-Heavy-rain-in-Rajastan-and-Bihar-as-rain-record-break-122--years-in-Shrinagar

ନୂଆଦିଲ୍ଲୀ, ଅଗଷ୍ଟ ୦୪ (ଖବର ଓଡ଼ିଶା): ଦେଶବ୍ୟାପୀ ବର୍ଷା ଜାରି ରହିଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଶ୍ରୀନଗରରେ ଜୁନ୍‌-ଜୁଲାଇରେ ହୋଇଥିବା ବର୍ଷା ବିଗତ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି । ବୁଧବାର ଦିଲ୍ଲୀର କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ହେବାର ଆଶଙ୍କା ରହୁଛି । 

ରାଜସ୍ଥାନରେ ମଧ୍ୟ ବର୍ଷା ଜାରି ରହିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ମୁସଲଧାରା ବର୍ଷା ହୋଇଛି । ସିରୋହୀର ମାଉଣ୍ଟ ଆବୁରେ ୧୩୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ମୌସୁମୀ ଋତୁରେ ବୁଧବାର ରାଜ୍ୟରେ ଦ୍ୱିତୀୟ ଦିନରେ ସର୍ବାଧିକ ବର୍ଷା ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଲୱର, ଝାଲାୱାଡ, ଝୁଝୁସ, ସୀକର ଓ ଚୁରୁ ସହିତ ଅନ୍ୟ ଜିଲ୍ଲାରେ ଭାରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । 

ବର୍ଷା ଯୋଗୁଁ ବିହାରରେ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି । ଲଗାତାର ବର୍ଷା ଯୋଗୁଁ ନଦୀଗୁଡ଼ିକ ବିପଦ ସଂକେତ ବଢ଼ିଛି । କୋସୀ, କମଳା ବାଲନ, ଗଣ୍ଡକ, ବାଗମୀ ଓ ମହାନନ୍ଦା ଫୁଲିଉଡୁଛି । ପାଣିପାଗ ବିଭାଗ କହିଛି ଯେ, ଗତ ୨୪ ଘଣ୍ଟାରେ ଉତ୍ତର ବିହାର ଅଧିକାଂଶ ଜିଲ୍ଲାରେ ହାରାହାରୀ ୫୦ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । 

 

  • Tags:

Subscribe

National International State Sports Entertainment