ଗୁଜରାଟ: ଜାମନଗରର ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୨୭ ଲୋକ
Khabar Odisha:Nation-Gujarat-hotel-catches-fire-as-27-people-rescued-safely

ଅହମଦାବାଦ, ଅଗଷ୍ଟ ୧୨ (ଖବର ଓଡ଼ିଶା): ଗୁଜରାଟରେ ଜାମନଗର ନିକଟ ଅଲେଣ୍ଟୋ ହୋଟେଲରେ ଗୁରୁବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହେଟେଲରେ ଅତିଥିମାନେ ଥିଲେ । ତେବେ ଅତିଥିମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି କ୍ଷତିହୋଇଛି । ତେବେ ହୋଟେଲ କର୍ମଚାରୀ ଓ ଫାୟାର ବ୍ରିଗେଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କାହାରି କିଛି ହୋଇ ନାହିଁ । 

ପୋଲିସ କହିବା ଅନୁସାରେ ହୋଟେଲରେ ମୋଟ ୩୬ଟି କୋଠରୀ ଥିଲା । ଯେଉଁ ସମୟରେ ଅଗ୍ନିକାଣ୍ଡ ଘଟିଥିଲା, ସେହି ସମୟରେ ୧୮ଟି କୋଠରୀରେ ଲୋକ ଥିଲେ । ଏହି କୋଠରୀଗୁଡ଼ିକରେ ମୋଟ ୨୭ ଜଣ ଅତିଥି ଥିଲେ । ଗୁରୁବାର ରାତି ୮ଟାରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଏହି ନିଆଁ ଖୁବ ଶୀଘ୍ର ଚାରିଆଡେ ବ୍ୟାପିଥିଲା । ଅନ୍ଧାର ଦେଖାଯାଇଥିଲା । ହୋଟେଲରେ ଥିବା ଲୋକେ ଯିଏ ଯେଉଁଆଡେ ରାସ୍ତା ପାଇଲେ ପ୍ରାଣ ବିକଳରେ ଦୌଡ଼ିବାରେ ଲାଗିଲେ । 

ହୋଟେଲରେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨୭ ଜଣ ଅତିଥିଙ୍କୁ ଉଦ୍ଧାର କରିଥିଲା । ଘଟଣାରେ ହୋଟେଲର ୩ ଜଣ କର୍ମଚାରୀ ଆହତ ହୋଇଥିଲେ । ତାଙ୍କର ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳ ସୌରଭ ପାରଧୀ ଓ ଡିଏସ୍‌ପି ପ୍ରେମସୁଖ ଡେଲୁ ଘଟଣାସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ଅବଗତ ହୋଇଛନ୍ତି । 

 

  • Tags:

Subscribe

National International State Sports Entertainment