ଏହି ରାଜ୍ୟରେ ବିନା ପରିଚୟ ପତ୍ରରେ ଗରବା ନୃତ୍ୟ ସ୍ଥଳୀକୁ ଦର୍ଶକଙ୍କୁ ମନା
Khabar Odisha:Nation-Entry-in-Garba-dance-program-without-ID-card-banned-in-Madhya-Pradesh

ଭୋପାଳ, ସେପ୍ଟେମ୍ବର ୨୮ (ଖବର ଓଡ଼ିଶା): ନବରାତ୍ର ପର୍ବ ସମୟରେ ଆୟୋଜିତ ହେବାକୁ ଥିବା ଗରବ ନୃତ୍ୟ କାର୍ଯ୍ୟକ୍ରମରେ ଅସାମାଜିକ ତତ୍ତ୍ୱକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଭୋପାଳ ଜିଲ୍ଲାପାଳାଙ୍କ ତରଫରୁ ଜାରି ଆଦେଶ ଅନୁସାରେ ଗରବା ନୃତ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଗ୍ରହ ରଖିଥିବା ଲୋକଙ୍କୁ ଫଟୋଯୁକ୍ତ ପ୍ରମାଣପତ୍ର ସହିତ କାର୍ଯ୍ୟକ୍ରମ ସ୍ଥଳୀକୁ ଯିବାକୁ ପଡ଼ିବ । ଅର୍ଥାତ ବିନା ପ୍ରମାଣପତ୍ରରେ ଲୋକଙ୍କୁ ଗରବା ନୃତ୍ୟ କାର୍ଯ୍ୟକ୍ରମ ସ୍ଥଳୀକୁ ପ୍ରବେଶ ଦିଆଯିବ ନାହିଁ । ସରକାରଙ୍କ ଏହି ପଦକ୍ଷେପକୁ ବିଜେପି ସ୍ୱାଗତ ଜଣାଇଥିବା ବେଳେ କଂଗ୍ରେସ ଅସନ୍ତୁଷ୍ଟ ପ୍ରକାଣ କରିଛି । 

ଭୋପାଳ ଜିଲ୍ଲାପାଳ ଅବିନାଶ ଲଗାନିଆଙ୍କ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ସମସ୍ତ ଗରବା ଆୟୋଜନରେ ଆଇକାର୍ଡ ଦେଖି ପ୍ରବେଶ ଦିଆଯିବ । ଯଦି କୌଣସି ଲୋକଙ୍କ ପାଖରେ ଆଇକାର୍ଡ ନାହିଁ, କୌଣସି ପ୍ରକାରରେ ପ୍ରବେଶ ମିଳିପାରିବ ନାହିଁ । ଜିଲ୍ଲାରେ ଏହା ପ୍ରଥମ ଥର ଦେଖାଯାଇଛି ଯେ, ଜିଲ୍ଲା ପ୍ରଶାସନ ଗରବା ଆୟୋଜନରେ ଆଇକାର୍ଡ ବାଧ୍ୟତାମୂଳକ କରିଛି । 

 

  • Tags:

Subscribe

National International State Sports Entertainment