ଉତ୍ତର ପ୍ରଦେଶ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ତାରିଖ ଘୋଷଣା, ଆଜିଠୁ ଭୋଟିଂ
Khabar Odisha:Nation-Election-for-zila-panchayat-chairmans-dates-announcement-in-Uttar-Pradesh

ଲଖନଉ, ଜୁନ ୧୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ସୋମବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ତାରିଖ ଘୋଷଣା କରି ଦିଆଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦର ନିର୍ବାଚନ ଜୁନ ୧୫ରୁ ଜୁଲାଇ ୩ ମଧ୍ୟରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ରାଜ୍ୟରେ ଏପ୍ରିଲ ମାସରେ ୪ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଂଚାୟନ ନିର୍ବାଚନ କରାଯାଇଥିଲା ଏବଂ ଏହାର ଫଳାଫଳ ମେ’ ମାସରେ ଘୋଷଣା ହୋଇଥିଲା । ଏହା ବ୍ୟତୀତ ଜୁନ ୧୨ରେ ପଂଚାୟତର ଉପନିର୍ବାଚନ ମଧ୍ୟ କରାଯାଇଥିଲା । 

ଉତ୍ତର ପ୍ରଦେଶର ମୁଖ୍ୟ ସଚିମ ମନୋଜ କୁମାର ସିଂହ ସୋମବାର ରାଜ୍ୟପାଳ ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଜିଲ୍ଲା ପଂଚାୟତ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟରେ ଜୁନ ୧୫ରୁ ଜୁଲାଇ ୩ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲାଗି ଭୋଟିଂ କରାଯିବ । ରାଜ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପରେ ପଂଚାୟତ ସମିତି ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେବ । 

ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ରାଜ୍ୟରେ ମୋଟ ୩୦୫୦ଟି ପଂଚାୟତ ସମିତି ସଦସ୍ୟ ଅଛନ୍ତି । କୁହାଯାଉଛି ଯେ, ରାଜନେତାମାନେ ଏହି ନିର୍ବାଚନକୁ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସେମିଫାଇନାଲ ନିର୍ବାଚନ ଭାବରେ ଦେଖୁଛନ୍ତି । 

 

  • Tags:

Subscribe

National International State Sports Entertainment