ଆଧାର ସହ ଭୋଟ ପରିଚୟ ପତ୍ର ଯୋଡ଼ିବା ନେଇ ସରକାର ରାଜି, ନିର୍ବାଚନ ଆୟୋଗଙ୍କୁ ମିଳିବ କ୍ଷମତା
Khabar Odisha:Nation-Election-Commission-gets-legal-power-to-link-Aadhaar-and-Voter-ID-card-by-government

ନୂଆଦିଲ୍ଲୀ, ଫେବୃଆରୀ ୧୯ (ଖବର ଓଡ଼ିଶା): ଭୋଟ ପରିଚୟ ପତ୍ରକୁ ଆଧାର ସହ ଯୋଡ଼ିବା ନେଇ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବକୁ ଆଇନ ମନ୍ତ୍ରାଳୟ ସହମତି ଜଣାଇଛି । ଆୟୋଗ ମଙ୍ଗଳବାର ବୈଠକରେ ପେଡ ନ୍ୟୁଜ ଓ ନିର୍ବାଚନୀ ସତ୍ୟପାଠରେ ଭୁଲ ସୂଚନା ଦେବାକୁ ଅପରାଧ କୁହାଯିବା ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଆଇନ ମନ୍ତ୍ରାଳୟ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ଅଛି । ବର୍ତ୍ତମାନର ପ୍ରକ୍ରିୟାରେ ପରିବର୍ତ୍ତନ ଆସିବ । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପେଡ ନ୍ୟୁଜ ଏବଂ ଭୁଲ ନିର୍ବାଚନୀ ସତ୍ୟପାଠ ସହ ନିର୍ବାଚନ ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆୟୋଗର ଆଇନ ମନ୍ତ୍ରାଳୟ ସହ ବୈଠକ ହୋଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନିଲ ଅରୋରା, ନିର୍ବାଚନ ଆୟୁକ୍ତ ଅଶୋକ ଲଭାସା ଓ ସୁଶୀଲ ଚନ୍ଦ୍ରା ଆଇନ ମନ୍ତ୍ରାଳୟର ସଚିବ ଜି ନାରାୟଣ ରାଜୁଙ୍କ ସହିତ ବୈଠକରେ ଭୋଟ ପରିଚୟ ପତ୍ରକୁ ଆଧାର ନମ୍ବର ସହିତ ଯୋଡ଼ିବା ନେଇ ଚର୍ଚ୍ଚା କରିଛନ୍ତି । 

ସୂଚନାଯୋଗ୍ୟ, ଆୟୋଗ ଆଇନ ମନ୍ତ୍ରାଳୟକୁ ନିକଟରେ ଚିଠି ଲେଖି ଜନପ୍ରତିନିଧି ଆଇନରେ ସଂଶୋଧନ ପ୍ରସ୍ତାବ ଦେଇଥିଲେ । ଏହି ଆଧାରରେ ଭୋଟ ପରିଚୟ ପତ୍ର ପ୍ରସ୍ତୁତ କରିବା ଏବଂ ମତଦାତା ସୂଚୀରେ ପ୍ରଥମେ ସାମିଲ ଲୋକଙ୍କୁ ଆଧାର ନମ୍ବର ମାଗିବା ବ୍ୟବସ୍ଥା ରହିଛି । କୁହାଯାଉଛି କି, ଆଇନ ମନ୍ତ୍ରାଳୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇ ଆୟୋଗଙ୍କ ଠାରୁ ଡାଟା ମଲ୍ଟିପୁଲ ସ୍ତରରେ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛି । ନିର୍ବାଚନ ଆୟୋଗ ନିକଟରେ ଡାଟା ଲିକକୁ ଅଟକାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । 

 

  • Tags:

Subscribe

National International State Sports Entertainment