ଭାରତରେ କରୋନା: ଜୁଲାଇରେ ୧୧.୧ ଲକ୍ଷ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୧୯,୧୨୨
Khabar Odisha:Nation-Covid-19-outbreak-more-than-11-lakh-corona-case-in-July-increased-28-times-from-June

ନୂଆଦିଲ୍ଲୀ, ଅଗଷ୍ଟ ୦୧ (ଖବର ଓଡ଼ିଶା): ଭାରତରେ ମହାମାରୀ କରୋନାର ପ୍ରକୋପ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ଶୁକ୍ରବାର ୨୪ ଘଣ୍ଟାରେ ୫୭ ହଜାର ନୂଆଁ କେସ ରେକର୍ଡ ହୋଇଛି । ଏପର୍ଯ୍ୟନ୍ତ ଗୋଟିଏ ଦିନରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ସର୍ବାଧିକ ଚିହ୍ନଟ ହୋଇଛି । ଯଦି ଜୁଲାଇ ମାସର କରୋନା ସ୍ଥିତିକୁ ଅବଲୋକନ କରାଯାଏ, ତାହେଲେ ୧୧.୧ ଲକ୍ଷ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୯ ହଜାର ୧୨୨ ଜଣଙ୍କର ମୃତ୍ୟୁ ହୋଇଛି । 

ଜୁନ ମାସ ସହିତ ଯଦି ତୁଳନା କରିବା ଜୁଲାଇ ମାସରେ ୨.୮ ଗୁଣ ସଂକ୍ରମଣ ବଢ଼ିଛି । ଜୁନ ମାସରେ ପାଖାପାଖି ୪ ଲ ଲୋକ କରୋନ ସଂକ୍ରମଣର ଶିକାର ହୋଇଥିଲେ । ସେହିପରି ଜୁନ ତୁଳନରେ ଜୁଲାଇରେ କରୋନା ଜନିତ ମୃତ୍ୟୁ ୧.୬ ଗୁଣ ଅଧିକ ହୋଇଛି । ଜୁନ ପର୍ଯ୍ୟନ୍ତ ଦେଶରେ ୧୧ ହଜାର ୯୮୮ ଜଣ ଲୋକ ପ୍ରାଣ ହରାଇଥିଲେ । ଜୁଲାଇରେ କରୋନା ଭାଇରସ ସଂକ୍ରମଣ ଅଧିକ ବ୍ୟାପିଛି । କେବଳ ଶେଷ ୧୫ ଦିନରେ ୭.୩ ଲକ୍ଷ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଜୁଲାଇ ମାସର ପ୍ରଥମ ୧୫ ଦିନ ତୁଳନାରେ ପାଖାପାଖି ୨ ଗୁଣ । 

ଶୁକ୍ରବାର ୫୭ ହଜାର ୧୫୧ ଜଣ କରୋନା ସଂକ୍ରମିତ ଲୋକ ଚିହ୍ନଟ ହୋଇଛନ୍ତି । ଏହା କ୍ରମାଗତ ଭାବେ ୪ର୍ଥ ଦିନରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର କରୋନା ଯୋଗୁଁ ୭୬୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା କ୍ରମାଗତ ୪ର୍ଥ ଦିନରେ ୭୫୦ରୁ ଅଧିକ ମୃତ୍ୟୁ । 

 

  • Tags:

Subscribe

National International State Sports Entertainment