ଭାରତରେ କରୋନା: ୨୪ ଘଣ୍ଟାରେ ୨୨୫୬ ଆକ୍ରାନ୍ତ ମୃତ, ୩.୩୨ ଲକ୍ଷ ଲୋକ ସଂକ୍ରମିତ!
Khabar Odisha:Nation-Coronavirus-in-India-highest-single-day-spike-today-new-corona-cases-record

ନୂଆଦିଲ୍ଲୀ, ଏପ୍ରିଲ ୨୩ (ଖବର ଓଡ଼ିଶା): ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣ ହରାଇଛି । ହସ୍ପିଟାଲରେ ଶଯ୍ୟା ଓ ଅମ୍ଲଜାନର ଅଭାବ ଦେଖାଯାଇଛି । ଦେଶରେ ଲଗାତାର ୨ୟ ଦିନରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ଅତିକ୍ରମ କରିଛି । ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି । 

ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩.୩୨ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ମୃତକଙ୍କ ସଂଖ୍ୟା ୨୨୫୦ରେ ପହଂଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଯଦିଓ ସଠିକ ତଥ୍ୟ ଦିଆଯାଇ ନାହିଁ କରୋନା ଉପରେ ନଜର ରଖିଥିବା ୱାଲଡୋମିଟର ଏହି ରିପୋର୍ଟ କରିଛି । ଏଥି ସହିତ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୯୨୮କୁ ବୃଦ୍ଧି ପାଇଛି । ବିଗତ କିଛି ସପ୍ତାହ ହେଲା ଦେଶରେ ସୁସ୍ଥତା ହାର ହ୍ରାସ ପାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ଯେକୌଣସି ଦେଶର ସର୍ବାଧିକ ରେକର୍ଡ ଠାରୁ ଅଧିକ ରହିଛି । 

ମହାରାଷ୍ଟ୍ରରେ ଦିନକରେ ୭୬ ହଜାର ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ମୃତକଙ୍କ ସଂଖ୍ୟା ୨୪ ଘଣ୍ଟାରେ ୫୬୮ ହୋଇଛି । କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟ ୬ ଲକ୍ଷ ୯୯ ହଜାର ୮୫୮ ହୋଇଥିବା ବେଳେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ୯୪ ହଜାର ୮୪୦ରେ ପହଂଚିଛି । ମୋଟ ମୃତ୍ୟୁ ସଂଖ୍ୟା ୬୨ ହଜାର ୪୭୯କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ୨୪ ଘଣ୍ଟାରେ ୩୦୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

 

  • Tags:

Subscribe

National International State Sports Entertainment